କଂଗ୍ରେସରୁ ଇସ୍ତଫା ଦେଲେ ଯୁବନେତା ରତିକାନ୍ତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କୁ ଇସ୍ତଫା ପତ୍ର ଶ୍ରୀ ସାମଲ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ସାମଲ ୨୦୦୮ ମସିହାରେ ଛାତ୍ର ଜୀବନରୁ କଂଗ୍ରେସ ଦଳ ସହ କାମ କରି ବିଭିନ୍ନ ପଦ ପଦବୀ ଓ ସାଂଗଠନିକ କାର୍ଯ୍ୟରେ କାମ କରି ଆସୁଥିଲେ । କେନ୍ଦ୍ରାପଡା ଲୋକସଭା ସୋସିଆଲ ମେଡିଆ ସଂଯୋଜକ ଓ କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ବୋଲି ସୂଚନା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଦୃଢ ସମର୍ଥକ ଶ୍ରୀ ସାମଲ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।