ନବରଙ୍ଗପୁର ବିଧାନସଭା: ବିଜେଡିକୁ ଅଡୁଆ ହେବ କି ଅସନ୍ତୁଷ୍ଟ
ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ଜଟିଳ ହେବାର ଲାଗିଛି । ନବରଙ୍ଗପୁର ବିଧାନସଭା ଆସନ ଗତ ୩ ଟି ନିର୍ବାଚନରେ ବିଜେଡି ଖାତାରେ ରହିଥିବା ବେଳେ ଏଥର କିନ୍ତୁ ଜଟିଳ ହେବାରେ ଲାଗିଛି । ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀ ତାଲିକାରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ବଦଳରେ ତାଙ୍କ ପନôୀ କୌଶଲ୍ୟା ପ୍ରଧାନୀଙ୍କୁ ସୁଯୋଗ ମିଳିବା ପରେ ମଙ୍ଗୁଆଳ ନେତାଙ୍କ ଗୋଟି ଚାଳନା ଦୁର୍ବଳ ଥିବା ଜଣାପଡ଼ୁଛି । ଗତ ନିର୍ବାଚନରେ ବିଧାୟକ ଶ୍ରୀ ପ୍ରଧାନୀଙ୍କ ନିକଟତମ ବିଜେପି ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ଏଥର ପରାଜୟର ପ୍ରତିଶୋଧ ନେବାକୁ ରାତି ଦିନ ଏକ କରିଦେଇଛନ୍ତି । ସେହିପରି କଂଗ୍ରେସର ନବାଗତ କଂଗ୍ରେସ ପରିବାରର ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ଏଥର ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ଚତୁରତାର ସହ ଗୋଟି ଚାଳନା କରି ବିଜେଡିକୁ ଘାଇଲା କରିବାରେ ଲାଗିଛି । ଗୋଟିଏ ପଟେ ବିଜେଡି କର୍ମୀ ମହଲରେ ଏଥର ପ୍ରାର୍ଥୀତ୍ୱ ପରିବର୍ତ୍ତନକୁ ଅପେକ୍ଷା କରିଥିଲେ । କାରଣ ପ୍ରଶାସକରୁ ଜନ ପ୍ରତିନିଧି ସାଜିଥିବା ବିଧାୟକ ଶ୍ରୀ ପ୍ରଧାନୀ ସାଧାରଣ ଭୋଟରଙ୍କ ନିକଟତର ହେବା ଦୂରର କଥା ଗତ ୫ବର୍ଷ ଅବଧିରେ ସାଧାରଣ ଦଳୀୟ କର୍ମୀଙ୍କୁ ଆପଣେଇ ନ ପାରିବା ଅସନ୍ତୋଷର ନିଆଁ ଦଳ ଭିତରେ କୁହୁଳୁ ଥିବା ବେଳେ ଏଥର ନୂଆ ମୁହଁ ଅପେକ୍ଷା ରେ ଥିଲେ ଦଳୀୟ କର୍ମକର୍ତ୍ତ । ତେବେ ଦଳର ପ୍ରାର୍ଥୀ ଘୋଷଣା ସତେ ଯେମିତି ଦଳୀୟ କର୍ମକର୍ତ୍ତାଙ୍କ ସବୁଅଙ୍କ ଭୁଲ ହୋଇଗଲା । ବାବୁଙ୍କ ବଦଳରେ ପନôୀଙ୍କୁ ମିଳିଲା ଗ୍ରୀନ ସିଗିନାଲ । ଲୋକ ପ୍ରୀୟତା ହରାଇ ଥିବା ବିଧାୟକଙ୍କ ବଦଳରେ ତାଙ୍କ ପନôୀଙ୍କୁ ମିଳିଲା ଜନ ସମର୍ଥନ ଯୋଗାଡ ପାଇଁ ମଉକା । ତେବେ ଦଳୀୟ ଗୋଳିଆ ପାଣିରୁ ଫାଇଦା ନେବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ବିଜେଡି ପ୍ରାର୍ଥୀ ଶ୍ରୀମତୀ ପ୍ରଧାନୀଙ୍କ ବିପକ୍ଷରେ ତାଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀଙ୍କୁ ମଇଦାନକୁ ଓହ୍ଲାଇ ବିଜେଡି ଗଣିତ ବା କଂଗ୍ରେସ ଗୋଟିଏ ପରିବାର କୁ ପ୍ରାର୍ଥୀ ଯୋଗାଡ କରିବା ପରେ ଖୁଡି ବନାମ ପୁତୁରା ଲଢେଇରୁ ମଉକା ଦେଖି ଚଉକ ମାରିବା ଲକ୍ଷ୍ୟରେ ରହିଛି । ସେ ପଟେ ବିରୋଧିଙ୍କୁ ସ୍ୱାଭାବିକ ଢଙ୍ଗରେ ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ ଥିଲେ ମଧ୍ୟ ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି ଅସନ୍ତୁଷ୍ଟ ଦଳୀୟ କର୍ମ କର୍ତ୍ତା । ସବୁ ଠୁ ବିଜେଡିର ବଡ ଭୋଟ ବ୍ୟାଙ୍କ୍ ଭାବେ ସଂଖ୍ୟା ଲଘୁଙ୍କ ସମର୍ଥନ ରହି ଆସିଛି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବରିଷ୍ଟ ସଂଖ୍ୟାଲଘୁ ନେତା ତଥା ବିଜେଡି ଉପ ସଭାପତି ଦିବ୍ୟ ଦାନ ସୁନାଙ୍କୁ ଜିଲ୍ଲା । ପରିଷଦ ସଭ୍ୟ ଟିକେଟରୁ ବଞ୍ଚିତ କରିଥିଲା ଦଳ । ତେବେ ସଂଖ୍ୟା ଲଘୁ ଭୋଟ ବ୍ୟାଙ୍କର କମାଲ ଦେଖାଇ ବା ଲକ୍ଷ୍ୟରେ ଶ୍ରୀ ସୁନା ନନ୍ଦାହାଣ୍ଡି ବ୍ଲକ୍ ଜୋନ ୧ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ ପରେ ଏବେ ସଂଖ୍ୟା ଲଘୁ ଭୋଟ ହାତେଇବାକୁ ଶ୍ରୀ ସୁନାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ତେବେ ପୁରୁଣା ରାଗ ସୁଝେଇ ବାକୁ ଦିବ୍ୟ ଦାନ ବିଜେଡିକୁ ପାନେ ଦେବା ପାଇଁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇନାହାନ୍ତି । ସେହିପରି ବିଜେଡିର ପୂର୍ବ ତନ ସଭାପତି ଭେଟରାନ ଅଭିଜ୍ଞ ନେତା ପ୍ରହଲ୍ଲାଦ ତ୍ରିପାଠୀ ଦୀର୍ଘ ବର୍ଷର କୋଣ ଠେଶା ହୋଇ ରହିବା ପରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରି ବା କହି ନିଜ ଠିକଣା ପରିବର୍ତ୍ତନ କରି ଗତ ୧୯ତାରିଖରେ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି । ସେହିପରି ଏଥର ନିର୍ବାଚନରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ ପାଇଁ ସୁଯୋଗ ଦେବାକୁ କହି ସଙ୍ଗଠନରେ ସକ୍ରିୟ କରିଥିଲେ । ବିଜେଡିର ଆଶା ଭରସାରେ ନେତ୍ରୀ ମଞ୍ଜୁଳା ମାଝୀ ବହୁ ବ୍ୟୟ ବହୁଳ ଦଳୀୟ କାର୍ଯ୍ୟକ୍ରମ କରିବା ପରେ ଦଳ ଠିକଣା ସମୟରେ ଚେର କାଟିବା ପରେ ଏବେ ବିଧାନ ସଭା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଛନ୍ତି ଶ୍ରୀମତୀ ମାଝୀ । ସେହିପରି କଂଗ୍ରେସରୁ ଆସିଥିବା ବରିଷ୍ଟ ଭେଟରାନ୍ ନେତା ନାରାୟଣ ପାତ୍ର ମଧ୍ୟ ଗତ ୧୯ରେ ବିଜେଡି ଛ ।ଡ଼ି ପଦ୍ମ ଧରିଛନ୍ତି । ତାଙ୍କର ସାଂଗଠନିକ ଦକ୍ଷତା ବହୁତ୍ ଅଛି । ତେବେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ତେଜୁ ଥିବା ବେଳେ ଅବୁଝା ଦଳୀୟ କର୍ମୀ ଓ ବିରୋଧି ଗଣିତ ବିଗିଡି ପାରେ ବୋଲି ଚର୍ଚ୍ଚା ହେଉଛି । ଏଠି ବିଜେଡି ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ବହୁତ୍ ପରିଶ୍ରମ କରିବା ସହ ପୁରୁଣା କର୍ମୀ ଓ ନେତାଙ୍କୁ ନେଇ ନିର୍ବାଚନ ମଇଦାନକୁ ଉହ୍ଲା ଇବାକୁ ପଡ଼ିବ ଶ୍ରୀମତୀ ପ୍ରଧାନୀଙ୍କୁ । କଂଗ୍ରେସ ପ୍ରାର୍ଥୀ ଓ ବିଜେଡି ପ୍ରାର୍ଥୀ ଗୋଟେ ପରିବାରରୁ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ସେହି ମଉକାରୁ କେତେ ଦୂର ଫାଇଦା ଉଠାଇ ବେ ତାହା ଦେଖି ବାକୁ ବାକିରହିଲା ।