ଶିବାନୀ ମଣ୍ଡଳଙ୍କୁ ସମ୍ବର୍ଦ୍ଧନା

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ମଦନପୁର ୟୁକେମହାବୀର କଲେଜ ପକ୍ଷରୁ ଓଡିÿଆ ଭାଷା ସାହିତ ବିଭାଗ ପକ୍ଷରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉସôବରେ ଆୟୋଜନ କରାଯାଇଥିଲା । ଏଥିରେ ବାତ୍ୟାଦାନାରେ ଉଲ୍ଲେଖନୀୟ କାମ ପାଇଁ ସୁନାମ ଅର୍ଜନ କରିଥିବା ଶିବାନୀ ମଣ୍ଡଳଙ୍କୁ ସମ୍ବର୍ଦ୍ଧନା କରାଯାଇଛି । କଲେଜ ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ +୩ ପ୍ରଥମ ବର୍ଷର ଅନୁଷ୍ଠିତ ସ୍ୱାଗତ ଉସôବରେ ଶ୍ରୀମତୀ ମଣ୍ଡଳଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇଥିଲା । କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସବ୍ୟସାଚୀ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥିଭାବେ ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଶ୍ରୀମତୀ ମଣ୍ଡଳଙ୍କ ଆଦର୍ଶ ଓ ତ୍ୟାଗ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅଧ୍ୟାପିକା ଡକ୍ଟର ନମିତା ମହାପାତ୍ର ସଭାର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଝିଲି ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ବଲ୍ଲଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉସôବରେ ଓଡିଆ ଭାଷା ସାହିତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।