ଜେଜେ ବାପା ଜେଜେ ମା ଦିବସ ପାଳିତ
ଚିଲିକା: ଆଇଏନ୍ଏସ୍ ଚିଲିକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ ବାପା ଓ ଜେଜେ ମା’ଙ୍କ ଅବଦାନକୁ ସମ୍ମାନ ଜଣାଇ ଏକ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଓ ଜେଜେ ମା ଉସôାହର ସହ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବୃଦ୍ଧ ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରତିଯୋଗିତାମୂଳକ ଭାବନାକୁ ନେଇ କୁଇଜ୍, ମୁ୍ୟଜିକ ଚେୟାର୍ ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅମିତ ଟୋକାସ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶିକ୍ଷକ ଚିନ୍ମୟ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏକ ଜୀବନ୍ତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନା ଏକ ସୁନ୍ଦର ଓଡିଆ କବିତା ‘ମୋ ଜେଜେମା’ ପାଠ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଜେଜେ ବାପାଙ୍କ ଅନନ୍ତ ଜ୍ଞାନ ଏବଂ ପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।