କଂଗ୍ରେସ ଟିକେଟକୁ ନେଇ ଅସନ୍ତୋଷ

ଛେଣ୍ଡିପଦାର ପାଞ୍ଚାଳୀ ସାହୁ : ଜାତୀୟ କଂଗ୍ରେସ ଦଳରୁ ବିଧାୟକ ଓ ସାଂସଦଙ୍କୁ ଦଳୀୟ ଟିକେଟ ବଣ୍ଟନରେ ବ୍ୟାପକ ଅନିୟମିତତା ଓ ଚଞ୍ଚଳତା କରାଯାଇ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି । ଜାଣିଶୁଣି ସଂଗଠନ ନଥିବା ଦୁର୍ବଳ ପ୍ରାର୍ଥୀକୁ ଟିକେଟ ଦିଆଯାଇଥିବା କଂଗ୍ରେସକୁ ଦୁର୍ବଳ କରିବାକୁ ହିନ ଉଦ୍ୟମା ଓ ଅପଚେଷ୍ଟା କରାଯାଉଥିବା ଅଭିଯୋଗ ନେଇ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯଦି ତୁରନ୍ତ ସଂଗଠନ ଥିବା ନେତାକୁ ଟିକେଟ ନ ଦେଇ ଅନୁଗତ କୁ ନିଜର ସ୍ୱାର୍ଥ ପାଇଁ ଟିକେଟ ଦେଇ ଆମ୍ଭକୁ ଅପମାନ କରିବାକୁ ପ୍ରଭାରୀ ଅଜୟ କୁମାର ଓ ସଭାପତି ଶରତ ପଟ୍ଟନାୟକ ଅପଚେଷ୍ଟା କରନ୍ତି ତେବେ ଆମେ ସମୂହ କଂଗ୍ରେସ ଦଳରୁ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅଜୟ କୁମାର ଓ ଶରତ ପଟ୍ଟନାୟକ ନିଜର ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରିବା ପାଇଁ ଆବେଦନ କରିଥିବା ହଜାର ହଜାର କର୍ମୀଙ୍କୁ ନାହିଁ ନ ଥିବା କାମ କରିବା ପାଇଁ ଟ୍ୟାକ୍ସେ ଦେଇଥିଲେ । ପ୍ରଥମେ ଆବେଦନ କରିଥିବା ପ୍ରତେକ ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନେ ସମସ୍ତେ ଏକ ହ୍ୱାଟସପ୍ ଗ୍ରୁପ ଖୋଲି ପ୍ରତି ବ୍ଲକରୁ ୫୦୦ ଲେଖାଏଁ କର୍ମୀ ଯୋଡ଼ି ସେଥିରେ ସାୟକ୍ ଦୂତ ଓ ପଲ୍ଲଭିର ହ୍ୱାଟସପ୍ ନମ୍ୱର କୁ ଯୋଡ଼ି ଏଥିରେ ତମର ସବୁ କରିଥିବା ଓ କରୁଥିବା କାର୍ଯ୍ୟ କ୍ରମକୁ ପୋଷ୍ଟ କରିବ ।
ଅନ୍ୟପକ୍ଷେ ଗୋଟିଏ ଫେସ୍ ବୁକ୍ର ଲିଁଙ୍କକୁ ସାୟକ ଦୂତ ପାଖକୁ ପଠାଇବ । ୧୦ ଫୁଟରେ ୨୦ ଫୁଟର ୧୦ଗୋଟି ଫ୍ଲାଗ ଟାଣି ତାର ଫୋଟୋ ଗୁଡିକୁ କଂଗ୍ରେସ ଅଫିସ୍ରେ ଦେବା ସହିତ ବିଜେପି ଓ ବିଜେଡିର ବାହାଘର ସାଙ୍ଗକୁ ପ୍ରୋଗୋମ ଆପରେ ୫୦୦ରୁ ଅଧିକ ସଦସ୍ୟ ଯୋଡିବା ସହିତ ବିଏଲ୍ଟୁ ଓ ପ୍ରତୀ ବୁଥ୍ରୁ ୩ଜଣ ଅଜେଣ୍ଟ ଯାହାର ନାମ ଭୋଟର୍ ନମ୍ୱର ଆଉ ଫୋନ ନମ୍ୱର ରହିବା ନିହାତି ଜରୁରୀ ବୋଲି କୁହାଯାଇଥିଲା । ଆଉ ପ୍ରତି ଆବେଦନ କରିଥିବା କ୍ୟଣ୍ଡିଦେଟ ମାନେ ନିଜ ପ୍ୟାକେଟରୁ ଲକ୍ଷ ଲକ୍ଷ ଟଙ୍କକ୍ଷ ଖର୍ଚ୍ଚ କରି ଏ ସବୁ କରିଥିବା ବେଳେ ସେମାନଙ୍କୁ ଟିକେଟ ନ ଦିଆଯାଇ କିଛି କରିନଥିବା ଆଉ ନେତାଙ୍କ ପଛେ ପଛେ ରହି ଘୁରି ବୁଲୁଥିବା କର୍ମୀକୁ କେଉଁ ଉଦେ୍ଦଶ୍ୟରେ ଟିକେଟ ଦିଆଗଲା ସେହି ଦାବି ନେଇ ଆନେ୍ଦାଳନ କରିବେ ବୋଲି କର୍ମୀ ମାନେ ଏକ ଜୁଟ ହୋଇ ବୈଠକ କରି ସଭାପତିଙ୍କୁ ଜଣାଇ ଥିବା ଗଣ ମାଧ୍ୟମକୁ କହଛନ୍ତି । ଏହା ଯୋଗୁଁ ଦିନକୁ ଦିନ କର୍ମୀ ମାନେ ପଦାକୁ ଆସିବା ପାଇଁ ସୁରକ୍ଷିତ ମଣୁ ନ ଥିବାରୁ କଂଗ୍ରେସ ଦୁର୍ବଳ ହେଉଥିବାରୁ ଏହା ଉପରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ସହିତ ଖାଡଗେ ଦୃଷ୍ଟି ଦେଇ ନିଜର ସ୍ୱାର୍ଥ ପାଇଁ କଂଗ୍ରେସ ଦଳକୁ ଦୁର୍ବଳ କରୁଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି ହେଉଛି ।
ଏହା ସହିତ ତାଳଚେର ନିର୍ବାଚନ ମଣ୍ଡଳୀରେ ବି କଂଗ୍ରେସ ପ୍ରାର୍ଥୀ ବିରୋଧରେ ପୁରୁଖା ନେତା ମାନେ ଏକ ବୈଠକ କରି ସଭାପତିଙ୍କୁ ଜଣାଇ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜଣେ ବ୍ୟବହାର ଶିଖି ନ ଥିବା ଅଶିକ୍ଷିତଙ୍କୁ କର୍ମୀଙ୍କୁ କଂଗ୍ରେସ ଦଳ ଆମ ଉପରେ ନଦୀ ଦେଇ ଥିବାରୁ ତୁରନ୍ତ ସଂଗଠନ ଥିବା ଜଣେ ଉଚ୍ଚ ଶିକ୍ଷିତଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ଯଦିଓ କଂଗ୍ରେସ ପ୍ରାର୍ଥୀ କରିଥିବା ପ୍ରଫୁଲ୍ଲ ଦାସ ପୂର୍ବରୁ ସମିତି ସଭ୍ୟରେ ଠିଆ ହୋଇ ଥିବା ବେଳେ ମାତ୍ର ୬୬ ଖଣ୍ଡ ଭୋଟ ପାଇଥିବା ବେଳେ ଜଣେ ଲୋକ ସମ୍ପର୍କ ନ ଥିବା ପ୍ରାର୍ଥୀଙ୍କୁ ପ୍ରଭାରୀ ଅଜୟ କୁମାର ଓ ସଭାପତି ଶରତ ପଟ୍ଟନାୟକ କେଉଁ ଉଦେ୍ଦଶ୍ୟରେ ଟିକେଟ ଦେଇଛନ୍ତି ତାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସି ପାରନ୍ତା ବୋଲି କୁହାଯାଉଛି । ଯଦି ଏଭଳି ବ୍ୟକ୍ତିଙ୍କୁ ଟିକେଟ ଦେଇ ଆମ୍ବକୁ ଅପମାନ କରିବାକୁ ପ୍ରଭାରୀ ଅଜୟ କୁମାର ଓ ଶରଦ ପଟ୍ଟନାୟକ ଆପଚେଷ୍ଟା କରନ୍ତି ଆମେ ବାଧ୍ୟ ହୋଇ ନିର୍ବାଚନରୁ ଦୂରରେ ରହି ସହଯୋଗ କରିବୁ ନାହିଁ ବୋଲି ରୋକ୍ ଠୋକ୍ ଜଣାଇ ଦିଆଯାଇଛି ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଅନୁଗୋଳ ଜିଲ୍ଲା ଆଇଏନ୍ଟିୟୁସି ସଭାପତି ଅନୁଗୋଳ ଦିଗାମ୍ବର ଗଡନାୟକ୍ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜୁ ବାବୁ, ପୂର୍ବତନ ନଗର ପାଳ କେଶବ ଭୂତିଆ ସହିତ କର୍ମୀ ମାନେ ଅସନ୍ତୋଷ ବ୍ୟକ୍ତ କରି ସଭାପତି ଶରତ ପଟ୍ଟନାୟକଙ୍କୁ ଜଣାଇଛନ୍ତି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରାନଗଲେ ଆନେ୍ଦାଳନ କରିବେ ବୋଲି କହିଛନ୍ତି । ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।