ଗ୍ରାମ୍ୟ ସଂରକ୍ଷିତ ଜମି ହଡପ୍ ଅଭିଯୋଗ

 ଗୋପ : ଅନେକ ବର୍ଷରୁ ନିରୁଦ୍ଦିଷ୍ଟ କାମ ପାଇଁ ସଂରକ୍ଷିତ ଜାଗାକୁ କୌଶଳ କ୍ରମେ ହଡପ୍ କରିବା ନେଇ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗୋପ ବ୍ଲକ୍ ଅଧିନ ସୁତନ ଗ୍ରାମରେ ଏକ ପୋଲାଙ୍ଗ ତୋଟାକୁ ଲାଗି ପ୍ରାୟ ତିନି ଖଣ୍ଡ ଗ୍ରାମର ଭାବାବେଗ, ସାଂସ୍କୃତିକ ଓ ଗ୍ରାମ୍ୟ ଜୀବନ ସହ ଜଡିତ ଜାଗା ରହିଛି । ସୁତନ ସାମିଲ ଭିଙ୍ଗୁରାଡିହ ଗ୍ରାମର ଦୁର୍ଗାଚରଣ ସାମନ୍ତରାୟ ଓ ବିପ୍ରଚରଣ ସାମନ୍ତରାୟ ହୋକୁ ହଡପ୍ କରିଥିବା ଅଭିଯୋଗ ହୋଇଛି । ଏହା ସହିତ ଅନେକ ବର୍ଷରୁ ଏକ ସରପାଟ ଗହୀରକୁ ଯାତାୟତ ରାସ୍ତାରେ ପଥର ରଖିବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଅଭିଯୋଗ ଅନୁସାରେ ବିପ୍ରଚରଣ ସାମନ୍ତରାୟ ଅଳ୍ପ ଅଳ୍ପ କରି ଜାଗା ଅଧିକୃତ କରୁଛନ୍ତି । ବିବାଦୀୟ ଜାଗାଟି ଗ୍ରାମବାସୀଙ୍କ ଦ୍ୱାରା ବହୁ ପୂର୍ବରୁ ଗୋ-ଶ୍ମଶାନ, ମୃତ୍ୟବ୍ୟକ୍ତିଙ୍କ ହାଣ୍ଡି ଦେବା ସ୍ଥାନ, ଆଖ ପାଖ ଗାଁ ର ହରିଜନଙ୍କ ବାର୍ଷିକ ଉସôବ ସ୍ଥାନ ଓ ନବ ଜାତ ଶିଶୁଙ୍କର ଏନ୍ତୁଡିଶାଳ ଅଂଶ ପକାଯାଏ । ଏଥିପାଇଁ କେଉଁ କାଳରୁ ଏକ ବଡ଼ ଜାଗା ଥିଲା । ଜାଗା ପାଖକୁ ବିପ୍ର ଚରଣ ସାମନ୍ତରାୟ ଓ ଦୁର୍ଗା ଚରଣ ସାମନ୍ତରାୟ ଘର କରିବାରୁ ଗ୍ରାମବାସୀ ମାନବିକତା ଦୃଷ୍ଟିରୁ ସେଠାରୁ ଗୋ-ଶ୍ମଶାନ ଉଠାଇ ଦେଇଥିଲେ । ତାର ସୁଯୋଗ ନେଇ ବିପ୍ର ଚରଣ ସାମନ୍ତରାୟ ଓ ଦୁର୍ଗା ଚରଣ ଧିରେ ଧିରେ ଜାଗା ଅବରୋଧ କରୁଛନ୍ତି । ଗୋପ ତହସିଲଦାର ଏହି ଘଟଣାର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।