ନିଜ ନାମରେ କରିନେଲେ ଅନାବାଦୀ ଜମି,ତହସିଲଦାରଙ୍କୁ ଅଭିଯୋଗ
ପୈାରପରିଷଦ ୧୮ ନଂ ୱାର୍ଡ ଅନ୍ତର୍ଗତ ତାତନା ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ତତନା ମୈାଜାର ସାବକ ଖାତାରେ ଥିବା ସରକାରୀ ଅନାବାଦୀ ଜମିକୁ ନିଜ ନାମରେ ପଟ୍ଟା କରିନେଇଛନ୍ତି । ଯାହାଫଳରେ ଅନାବାଦୀ ଜମିକୁ ଲାଗିଥିବା ତାତନା ମୈାଜାର ମୁଖ୍ୟରାସ୍ତା ସଙ୍କୁଚିତ ହୋଇ ସର୍ବସାଧାରଣ ଯାତାୟତ ନିମନ୍ତେ ବାଧକ ସୃଷ୍ଟି କରୁଛି । ରାସ୍ତା କଡ଼ରେ ପଡିଥିବା ମାଟି କାଟି ଖାଲକରି ସିମେଣ୍ଟ ଖୁଣ୍ଟ ପକାଇବା ପରେ ଗ୍ରାମବାସି ଜାଣିବାକୁ ପାଇଲେ ଅନାବାଦୀ ଜମିକୁ ବ୍ୟକ୍ତି ନିଜ ନାମରେ କରିନେଇଛନ୍ତି ।ପ୍ରକାଶ ଥାଉକି, ତାତନା ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ସାବକ ପ୍ଲଟ୍ରେ ଥିବା ଅନାବାଦୀ ଜମିକୁ ଚଞ୍ଚକତାକରି ନିଜ ନାମରେ କରିନେବା ପରେ, ଜମିକୁ ଚତୁରତାର ସହିତ ତାଙ୍କ ବୋହୁଙ୍କ ନାମରେ ବିକ୍ରି କରିଦେଇଛନ୍ତି । ବ୍ୟକ୍ତି ଜଣକ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବାରୁ ଗ୍ରାମବାସୀ ତାଙ୍କୁ ମୁରବିତୁଲ୍ୟ ମଣିଥାନ୍ତି, ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ଏଭଳି କାର୍ଯ୍ୟକୁଲୋକ ନିନ୍ଦା କରିଛନ୍ତି । ଓଡ଼ିଶା ସରକାର ଜବର ଦଖଲକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିବାକୁ ଯେଉଁ ଆଇନପ୍ରଣୟନ କରିଛନ୍ତି ତାକୁ ତାତନା ଗ୍ରାମବାସୀମାନେ ସ୍ୱାଗତ କରିବାସହିତ ତାତନା ଗ୍ରାମର ଜୈନିକପ୍ରଭାବଶାଳୀ ବ୍ୟକ୍ତି ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁମାନ୍ୟବର ମୂଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କ ନିକଟରେ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ କୁଞ୍ଜବିହାରୀ ଧଳ, ଗୈାରାଙ୍ଗ ଦାଶବିଶ୍ୱନାଥ ସାମଲ, ତ୍ରିଲୋଚନ ସାମଲ, ରବିନ୍ଦ୍ର ଧଳ, ଦେବାଶିଷ ପ୍ରଧାନ, ଅକ୍ଷୟ ବଳ, କେଶବ ମଳିକ, ଅକ୍ଷୟ ମଳିକ, ପ୍ରଫୁଲ୍ଲ ମଳିକ, ପ୍ରତାପ ସାମଲ, ଅସିମ ମହାନ୍ତି, ରାଜେଶ ଦାଶ, ସରୋଜ ବଳ ପ୍ରମୁଖ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କହିଛନ୍ତି ।