ଗୋଟିଏ ସ୍ଥାନରେ ତିରିଶି ହଜାର ଗଣେଶ ପୂଜା
ଆସିକା: ସ୍ଥାନୀୟ ମମ ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିବା ସାଙ୍ଗକୁ ଏହାକୁ ପ୍ରଦର୍ଶିତ କରିଛନ୍ତି ଛାତ୍ର ଛାତ୍ରୀମାନେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଦର୍ଶିତ ହେଉଥିବା ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ କେଉଁଟି ଆଶ୍ରିବାଦ ମୁଦ୍ରାରେ ଦେଖିବାକୁ ମିଳିଛି । ସେମିତି ତାଣ୍ଡବ ମୁଦ୍ରାରେ ମଧ୍ୟ ଗଣେଶ ମୂର୍ତ୍ତି ସ୍ଥାନ ପାଇଛି । ପିଲାମାନେ ନିଜେ ନିଜେ ପ୍ରସ୍ତୁତ କରିଛନ୍ତି ପନିପରିବା, କାଚ, ପଥର, ଗୋଡି, ମାଟି, ଶସ୍ୟ, ଧାନ, ମାଣ୍ଡିଆ, ବିରି, ମୁଗ, ମଞ୍ଜି ଭଳି ଅନେକ ପଦାର୍ଥରେ କରିଛନ୍ତି ଗଣେଶ ମୂର୍ତ୍ତି । ପିଲାଙ୍କ ନିଷ୍ଠା ଓ ଲଗନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି ବୋଲି ସ୍କୁଲ ସମ୍ପାଦକ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଅଲମ୍ପିକ ସ୍ୱର୍ଣ ପଦକ ବିଜେତା-ଭାର ଉତ୍ତୋଳନ ରବି କୁମାର ପ୍ରକାଶ କରିଛନ୍ତି । ସ୍କୁଲରେ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଣବ ରଥ ପିଲାଙ୍କ ମାଧ୍ୟମରେ ଭଳି କି ଭଳି ମୂର୍ତି ତିଆରି କରି ତାଙ୍କ ଭିତରେ ଏକାଗ୍ରତା ଜାଗ୍ରତ ସୃଷ୍ଟି କରିପାରିଛନ୍ତି ବୋଲି ଅଭିଭାବକ ମାନେ ପ୍ରଶଂସା କରିଛନ୍ତି । ସ୍କୁଲରେ ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଟେଲେଣ୍ଟକୁ ଜାଗ୍ରତ କରିବା ପାଇଁ ଅନ୍ୟ ଏକ ପ୍ରୟାସ । ଏତେ ଗୁଡିଏ ଗଣେଶ ସଂଗ୍ରହ କରି ତାକୁ ଏକ ମନ୍ଦିର ସ୍ଥାପନ ଚିନ୍ତା କରିଛନ୍ତି ସ୍କୁଲ ପ୍ରତିଷ୍ଠାତାଙ୍କ ଲକ୍ଷ ରହିଥିବା ସଂପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।