ବନ୍ଧା ହେଲେ ଏମଭିଆଇ 

MVI Vigilance

ବନ୍ଧା ହେଲେ ଏମଭିଆଇ 

ଭୁବନେଶ୍ୱର : ଜଣଙ୍କ ପରେ ଜଣେ ବଡ଼ ଅଫିସର ଭିଜିଲାନ୍ସ ଜାଲରେ ପଡୁଛନ୍ତି  । ଗତକାଲି କେନ୍ଦୁଝର ଜେଲ ଅଧିକ୍ଷକ ଧରା ହୋଇଥିବାବେଳେ ଆଜି ନୂଆପଡ଼ା ଏମଭିଆଇଙ୍କୁ ଧରିଛି ଭିଜିଲାନ୍ସ  । ତାଙ୍କ ପାଖରୁ ନଗଦ ୧ ଲକ୍ଷ ୩୨ ହଜାର ଜବତ କରାଯାଇଛି  । ପିସି ଆକାରରେ ସେ ଏସବୁ ଟଙ୍କା ନେଉଥିବା ଭିଜିଲାନ୍ସ ସନ୍ଦେହ କରୁଛି  । 

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ାର ଏମଭିଆଇ ବିଜୟ କୁମାର ବେହୁରିଆ ଗତ କିଛିଦିନ ଧରି ଭିଜିଲାନ୍ସ ସ୍କାନରରେ ରହିଥିଲେ  । ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଭିଜିଲାନ୍ସ ତାଙ୍କ ଗାଡ଼ିକୁ ପିଛା କରିଥିଲା  । ଖୋର୍ଦ୍ଧା ହସପିଟାଲ ଛକରେ ସେ ଯାଉଥିବାବେଳେ ଗାଡ଼ି ( ଓଡ଼ି ୩୩ ଏସି ୨୦୩୦)କୁ ଅଟକାଇ ଭିଜିଲାନ୍ସ ଟିମ୍‌ ଛାନଭିନ କରିଥିଲେ  । ତାଙ୍କ ପାଖରେ ୧ ଲକ୍ଷ ୩୨ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା  । ତେବେ ଏହି ଟଙ୍କା କେଉଁଠୁ ଆଣିଲେ ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ  । ବିଭିନ୍ନ ସୂତ୍ରରୁ ପିସି ଆକାରରେ ସେ ଏହା ନେଇଥିବା ଭିଜିଲାନ୍ସ ସନ୍ଦେହ କରୁଛି  । ଟଙ୍କା ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି  । ବେହୁରିଆଙ୍କର ସମ୍ପତ୍ତି ଥିବା ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି  ।