ନାମାଙ୍କନର ଶେଷ ଦିନରେ ସାତ ପ୍ରାର୍ଥପତ୍ର ଦାଖଲ


 ଛତ୍ରପୁର  : ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ଛତ୍ରପୁର ଠାରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୪ ଜଣ, ବ୍ରହ୍ମପୁର ଓ ଛତ୍ରପୁର ବିଧାନସଭା ଆସନ ପାଇଁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପକ୍ଷରୁ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ, ବହୁଜନ ସମାଜବାଦ ପାର୍ଟିର ଭାସ୍କର ଚୈାଧୂରୀ, ଭାରତୀୟ ବିକାଶ ପରିଷର ପକ୍ଷରୁ ରାଜେନ୍ଦ୍ର ଦଳ ବେହେରା ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଏସ ତମନା ପ୍ରମୁଖ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ କରିଛନ୍ତି । ସେହିପରି ବ୍ରହ୍ମପୁର ବିଧାନସଭା ଆସନ ପାଇଁ ୩ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ରୁଦ୍ର ପ୍ରସାଦ ମହାପାତ୍ରା, ଆଶାକୁମାରୀ ଦାଶ ଓ ସଂଜୀବ କୁମାର ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବିଧାନସଭା ଅ ।ସନ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ରିତୁ କୁମାରୀ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ସମ୍ରାଟ ରାଜ ଓ ସରୋଜ କୁମାର ବେହେରା ରିଟର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଭାବରେ ଜାତୀୟ କଂଗ୍ରେସ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ରଶ୍ମି ରଞ୍ଜନ ପଟ୍ଟନାୟକ ନିଜ ନାମାନଙ୍କ ପତ୍ର ଦାଖଲ କରିଥିଲେ ।