ବୁଗୁଡ଼ା ଓ ବାଲିପଦରରେ ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ 

ବୁଗୁଡ଼ା ଓ ବାଲିପଦରରେ ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ 


 ବୁଗୁଡା : ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ବୁଗୁଡା ପୁଲିସ୍‌ ପକ୍ଷରୁ  ମଙ୍ଗଳବାର ସନ୍ଧ୍ୟାରେ ସହର ଓ ବାଲିପଦର ଗ୍ରାମରେ ପୁଲିସ୍‌ ତରଫରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି  ।  ବୁଗୁଡା ଥାନାଧିକାରୀ ପ୍ରଭାତ ରନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସଂଗଠିତ ଉକ୍ତ ଫ୍ଲାଗ୍‌ ମାର୍ଚ୍ଚ କାର୍ଯ୍ୟକ୍ରମରେ ଏସଆଇ ସମୀର କୁମାର ସେଠୀ , ବିନାୟକ ବିଧାର ଓ ଜ୍ୟୋତିଶ୍ରୀ ସାହୁ, ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ଏଥିରେ ସାମିଲ ଥିଲେ । ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ତଥା ମେ ୨୦ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ବୁଗୁଡା ସହରର ବିଭିନ୍ନ ୱାର୍ଡରେ ଓ ବାଲିପଦର ଗ୍ରାମରେ ପୁଲିସ୍‌ ପକ୍ଷରୁ ଏଭଳି ଫ୍ଲାଗ୍‌ ମାର୍ଚ୍ଚ ସାଙ୍ଗକୁ ଡାକବାଜି ଯନ୍ତ୍ର ଯୋଗେ ଶନ୍ତିି ଶୃଙ୍ଖଳାର ସହ ନିର୍ବାଚନ ଲାଗି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।