ବିଜେଡି ପ୍ରାର୍ଥୀଙ୍କ ପାଇଁ ସିନେ ତାରକାଙ୍କ ପ୍ରଚାର

ହିିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଓଲିଉଡ ତାରକା ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ର·ର କରିଛନ୍ତି । ଆସିକା ଲୋକସଭା ବିଜେଡି ଦଳୀୟ ପ୍ରାର୍ଥୀ ରିତା ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର·ର ନେଇ ଓଲିଉଡ ତାରକା  ମଙ୍ଗଳବାର  ହିଞ୍ଜିିଳିକାଟୁ ପୌରପରିଷଦ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଛକ ଠାରୁ ଆରମ୍ଭ କରି  ଆରଏମସି ଛକ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌରପରିଷଦର ସମସ୍ତ ୱାର୍ଡ ବୁଲିବା ସହ ହିିଞ୍ଜିଳିକାଟୁ ବ୍ଲକ୍ର ବିଭିନ୍ନ ଗ୍ରାମ ବୁଲିବା ପରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ର·ର ରୋଡ ସୋ କରିଥିଲେ । ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ବିଶାଳ ମୋଟର ସାଇକେଲ ରାଲିରେ ଯୋଗ ଦେଇ ବିଜେଡି ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିଥିଲେ । ପୌରପରିଷଦ ଓ  ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଭୋଟରମାନଙ୍କୁ  ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ରିତା ସାହୁଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ ।