ଜନସ୍ୱାସ୍ଥ୍ୟ ବିଭାଗର ଜନସେବା ଏମିତି... ଖାଉଟିଙ୍କ ପେଟରେ ଡ୍ରେନ ପାଣି

ଜନସ୍ୱାସ୍ଥ୍ୟ ବିଭାଗର ଜନସେବା ଏମିତି... ଖାଉଟିଙ୍କ ପେଟରେ ଡ୍ରେନ ପାଣି


ବ୍ୟାସନଗର: ଜଳକୁ ଜୀବନ କୁହାଯାଏ । ଜୀବନ ଏବଂ ଜଳର ସଂପର୍କ ନିବିଡ଼ ବଢିବା ଏବଂ ନିରୋଗ ରହିବା ପାଇଁ  ଜନସ୍ୱାର୍ଥ ହିତରେ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ପ୍ରଦୂଷଣ ମୁକ୍ତ ଜଳ ପାନ କରିବାକୁ ପରାମର୍ଶ ଦେଇଥାନ୍ତି । ନିରୋଗ ରହିବାକୁ ବିଶୁଦ୍ଧ ଜଳ ଯୋଗାଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଗାଁରୁ ସହର ଯାଏ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରାଯାଉଛି । ଯେଉଁଠି ନଈରୁ ପାଣି ଉଠାଣ ହୋଇ ଯୋଗାଣ ହେଉଛି, ସେଠି ଜଳକୁ ପ୍ରଦୂଷଣମୁକ୍ତ କରାଯାଉଛି । ଗାଁରେ ହେଉ କି ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାରୀ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ ବ୍ୟବସ୍ଥାର ପରିଚାଳକଙ୍କ ପାଇଁ ଅନେକ ସମୟରେ ଜଳ ଜନୀତ ରୋଗ ଉପୁଜିଥାଏ । ଯାହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନାକେଦମ ହେବାକୁ ପଡ଼ିଥାଏ । ପୈାରାଞ୍ଚଳରେ ପାନୀୟ ଜଳ ଯୋଗାଣ ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗ ପରି ଜନସ୍ୱାସ୍ଥ୍ୟ ବିଭାଗ ହାତରେ ନ୍ୟସ୍ତ ରହିଛି । କିନ୍ତୁ ବ୍ୟାସନଗର ପୈାରାଞ୍ଚଳରେ ଏହି ବିଭାଗଟି ପୁରାସ୍ଥାଣୁ ପାଲଟିଯାଇଛି । ଜନସ୍ୱାସ୍ଥ୍ୟ ବଦଳରେ ବିଭାଗର ବାବୁ ମାନେ ନିଜ ସ୍ୱାର୍ଥ ଦେଖିବାରେ ଲାଗିଛି । ବ୍ୟାସନଗର ପୈାରାଞ୍ଚଳର ଅଧିକାଂଶ ୱାର୍ଡ଼କୁ ୨୪ଘଣ୍ଟିଆ ସେବା ଯୋଗାଇ ଦିଆଯାଉଥିବା କଥା କୁହାଯାଉଥିଲେ ହେଁ ଏହା କେବଳ ପ୍ରଚାରରେ ସିମିତ ରହିଛି । ତେବେ ଜନସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ହିନତା ଯୋଗୁ ଶହଶହ ସଂଖ୍ୟାର ଖାଉଟିଙ୍କ ପେଟକୁ ଗଲା ୩ଦିନ ହେଲା ଡ଼୍ରେନ ପାଣି ଯାଉଛି । ପୈାରାଞ୍ଚଳ ୧୩ନଂ ୱାର୍ଡ଼ ରାଇସମିଲ ପରିସରରେ ଥିବା ପାଣି ପମ୍ପରୁ ରାଇସମିଲ, ଗୋପବନ୍ଧୁ ନଗର, ନହକା ରୋଡ଼ ସମେତ ଅନ୍ୟ କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇଥାଏ । ସଂପୃକ୍ତ ପମ୍ପଟି ଦୀର୍ଘ ବର୍ଷର ହୋଇଥିବାରୁ ତାହା ପୋତା ପଡ଼ିଗଲାଣି । ଆଉ ତାରି ଚାରିପାଖେ ଥିବା ନାଳ-ନର୍ଦ୍ଦମା ପମ୍ପକୁ ଘେରି ରହିଛି । ବିଭିନ୍ନ ସମୟରେ ପମ୍ପ ଖରାପ କାରଣରୁ ପାଣି ଯୋଗାଣ ବନ୍ଦ ହେଉ କି ପର୍ଯ୍ୟାପ୍ତ ପାଣି ଯୋଗାଇବାରେ ବିଫଳ ହେଉଥିବା ପମ୍ପ ଚାରିପାଖ ନର୍ଦ୍ଦମା ପାଣି ଗଲା ୩ଦିନ ହେଲା ଶହଶହ ସଂଖ୍ୟାର ଖାଉଟିକୁ ଯୋଗାଣ ହେଉଛି । ନର୍ଦ୍ଦମା ପାଣି ପମ୍ପ ଭିତରେ ପଶି ସେହି ପାଣି ପାଇପରେ ଯାଉଛି । ଯାହାକୁ ଖାଉଟି ବ୍ୟବହାର କରି ଚାଲିଛନ୍ତି । ତେବେ ଜଣେ ପରେ ଜଣେ ଖାଉଟି ପାଣି ପଚା ବାସୁଥିବା ଅଭିଯୋଗ କରିବା ପରେ ଦଳାସ୍ଥିତ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଖରେ ପହଁଚିଥିଲା । ତେବେ ବିକଳ୍ପ ବ୍ୟବସ୍ଥା ନକରି ଲଗାତାର ଦୂୁଇଦିନ ହେଲା ସେ ନର୍ଦ୍ଦମା ମିଶା ପାଣି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଲା । ଅଭିଯୋଗ ପରେ ଅଭିଯୋଗ ପରେ ସୋମବାର କର୍ତୁପକ୍ଷ ଉକ୍ତ ପମ୍ପରୁ ପାଣି ଯୋଗାଣ ବନ୍ଦ ହୋଇଥିବା ଏବଂ ଅନ୍ୟ ପମ୍ପରୁ ପାଣି ଯୋଗାଣ ହେଉଥିବା କଥା କହୁଥିଲେ ହେଁ ଟ୍ୟାପ୍ରେ କିନ୍ତୁ ପାଣି ଆସୁନି । ଜନସ୍ୱାସ୍ଥ୍ୟ ବିଭାଗକୁ ପରିଚାଳନା କରୁଥିବା ୱାଟକୋ ସଂସ୍ଥାର ଦାୟିତ୍ୱ ହିନତାରୁ ୩ଦିନ ଧରି ଖାଉଟି ଡ଼୍ରେନ ପାଣି ପିଇସାରିଥିବା ବେଳେ ଏବେ ଟ୍ୟାପରେ ପାଣି ନଆସିବା କାରଣରୁ ହନ୍ତସନ୍ତ ହେଉଛନ୍ତି । ପାଣି ଭଳି ମୈାଳିକ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ ହେଉଥିବା ୱାଟକୋ ଖାଉଟିଙ୍କୁ ନର୍ଦ୍ଦମା ପାଣି ଯୋଗାଇ ରୋଗାନ୍ତ୍ରାନ୍ତ କରିବାକୁ ପଛାଇନି । ଯଦି କେହି ପାଣି ପାଇଁ କୈାଣସି ରୋଗରେ ଆକ୍ରାନ୍ତ ହୁଅନ୍ତି, ତେବେ ସେଥିପାଇଁ କିଏ ଦାୟି ରହିବ । ରାଜ୍ୟ ସରକାର ବ୍ୟାସନଗର ଭଳି ଶିଳ୍ପସମୃଦ୍ଧ ଅଞ୍ଚଳର ପୈାରାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବା ସହ ଦାୟିତ୍ୱ ହିନ ଅଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଖାଉଟି ମହଲରୁ ଦାବି ହେଉଛି ।