ବିଦେଶୀ ହିସାବରେ ନୁହେଁ, ଘସିପୁରା ମାଟିର ପୁଅ ହିସାବରେ ଲଢ଼ିବି 


 ଆନନ୍ଦପୁର: ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଜି ସେ ମାଟିର ପୁଅ ହିସାବରେ ସ୍ୱାଧୀନ ଚିନ୍ତାଧାରା ନେଇ ନିର୍ବାଚନ ଲଢ଼ୁଛନ୍ତି କୌଣସି ବିଦେଶୀ ହିସାବରେ ଲଢ଼ୁନାହାନ୍ତି କି ସେ ବିଦେଶୀ ନୁହନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ବିରୋଧୀଙ୍କୁ ଏଭଳି ଢଙ୍ଗରେ ଶାଣିତ ଉତର ଦେଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବାପା ଆନନ୍ଦପୁର ମାଟିର ପୁଅ ହୋଇଥିବା ବେଳେ ମା’ହେଉଛନ୍ତି । କେନ୍ଦୁଝର ଜିଲାର ଝିଅ ତେଣୁ ବାପା ଆଉ ମା’ଙ୍କ ନିକଟରୁ ସୃଷ୍ଟି ପରିବାର ବିଦେଶୀ କିପରି ହେଲେ ବୋଲି ସେ ଓପାଲଟା ପ୍ରଶ୍ନ କରିଥିଲେ । ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଜି ହିଂସା, ଭୟ, ହତ୍ୟା ଏବଂ ଲୋଭ ଭିତରେ ଜର୍ଜରିତ.ଯୁବକ ଗୁଣ୍ଡାରାଜକୁ ଡରି ବର୍ଷବର୍ଷ ଧରି ନିଜ ଭିଟାମାଟି ଛାଡି ବାହାରେ ରହୁଛନ୍ତି । ସେହିପରି ଘସିପୁରା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହାତ୍ୟକାଣ୍ଡରେ ଏକାବେଳେ ୫ଜଣଙ୍କୁ ଫାଶୀ ଦଣ୍ଡାଦେଶ ବୋଧେ ସାରା ଭାରତରେ ବିରଳ ଘଟଣା ବୋଲି କହିବା ସହିତ ଏହି ଘଟଣାର ମୂଳ ନାୟକ କିଏ ବୋଲି ପ୍ରଶ୍ନ ପଚାରିଥିଲେ । ଅନ୍ୟପଟେ ଘସିପୁରାରେ ନିର୍ବାଚନ ଚାଲିଥିବା ସମୟରେ ଅତୀତରେ ହେଉଥିବା ବୁଥ୍ ରିଗିଂକୁ ମନେ ପକାଇ ଚଳିତ ନିର୍ବାଚନରେ ମଧ୍ୟ ଘଟଣାର ପୁନରାବୃତି ହୋଇ ପାରେ ବୋଲି ସୌମ୍ୟ ସନେ୍ଦହ କରିଛନ୍ତି । ଗୋଟିଏ ଗୋଟିଏ ବୁଥ୍ରେ ଜାତୀୟ ଦଳ କଂଗ୍ରେସ ହେଉ କି ବିଜେପି ଶୂନ ଭୋଟ ପାଇଥିବା ହେତୁ ଏହା ତାଙ୍କ ସନେ୍ଦହକୁ ଦ୍ୱିଗୁଣିତ କରିଛି । ତେବେ ରାଜନୀତିରେ ହିଂସା ସ୍ଥାନ ପାଇବା ଉଚିତ ନୁହେଁ ଏବଂ ହିଂସା, ଭୟ, ଲୋଭ, ହତ୍ୟା ମୁକ୍ତ ଘସିପୁରା ଗଢ଼ିତୋଳିବା ତାଙ୍କର ମୂଳ ଲକ୍ଷ ବୋଲି ସୌମ୍ୟରଞ୍ଜନ କହିଥିଲେ । ଏହି ସମୟରେ ବରିଷ୍ଠ ବିଜେପି ଯୁବ ନେତା ଯଜ୍ଞ ପ୍ରସାଦ, ବରିଷ୍ଠ କଂଗ୍ରେସ ନେତା ସୁଦାନନ୍ଦ ନାଏକ, ବିଜେପି ନେତା ସନ୍ୟାସୀ ପାତ୍ରଙ୍କ ସମେତ ବିଭିନ୍ନ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।