କାଳୀପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ, ୧୦ରେ ମେଲଣ ଉତ୍ସବ; ଶୃଙ୍ଖଳିତ ଗଣପର୍ବ ପାଇଁ ସହଯୋଗ ଲୋଡିଲେ ଏଡିଏମ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ପାଖେଇ ଆସୁଛି ବ୍ୟାସନଗରର ଗଣପର୍ବ କାଳୀପୂଜା । ଚଳିତ ମାସ ୩୧ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୯ ଯାଏ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ । ଡ଼ିସେମ୍ବର ୧୦ରେ ରାଜ୍ୟପ୍ରସିଦ୍ଧ ମେଲଣ ଉସôବ ଅନୁଷ୍ଠିତ ହେବ । ମେଲଣ ଉସôବକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । କିନ୍ତୁ ସମସ୍ତ ପୂଜା କମିିଟି, ବ୍ୟାସନଗରବାସୀଙ୍କ ବିନା ଏହା ସମ୍ଭବପର ନୁହେଁ । ଏଣୁ ଗଣପର୍ବ ଏବଂ ମେଲଣ ଉସôବକୁ ଶୃଙ୍ଖଳିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ । ମଙ୍ଗଳବାର ପ୍ରଶାସନ ପକ୍ଷରୁ ସେଲିବ୍ରେସନ ମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ନନ୍ଦ ବ୍ୟାସନଗରର କାଳୀପୂଜା ରାଜ୍ୟ ପ୍ରସିଦ୍ଧ ଲାଭକରିଛି । ଏଠାକାର ମେଲଣ ଉସôବରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହେଉଥିବାରୁ ଯେଭଳି ଭାବେ କେହି ଅସୁବିଧାର ସମ୍ମୁଖିନ ନହେବେ, ତାର ଦାୟିତ୍ୱ ଆମ ସମସ୍ତଙ୍କର । ଗଣପର୍ବ ପୂର୍ବରୁ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ କରିବା ଉପରେ ଗୁୁରୁତ୍ୱାରୋପ କରି ଉପସ୍ଥିତ ବିଭିନ୍ନ ଲାଇନଡ଼ିପାର୍ଟମେଣ୍ଟର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ କରିବାର ପରାମର୍ଶ ଦେଇଥିଲେ । ବିଗତ ବର୍ଷମାନଙ୍କରେ ୧୫ଟି ସ୍ଥାନରେ ମା’ ପୂଜା ପାଉଥିବାବେଳେ ଚଳିତବର୍ଷ ୨ ମେଢ଼ ଯୋଡି ହେବାକୁ ଯାଉଛି । ବୈଠକରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଲଭେରିଅୟସ୍ ଟୋପ୍ପୋ, ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ପାଣିକୋଇଲି ପୂର୍ତ୍ତ ବିଭାଗର ଯନ୍ତ୍ରୀ ତାପସ କୁମାର ପୃଷ୍ଟି, ଟାଟା ପାୱାରର ଅଧିକାରୀ, ଅଗ୍ନୀଶମ ବିଭାଗ ଅଧିକାରୀ ତାପସ କୁମାର ମନ୍ତ୍ରୀ, ପୌର ଯନ୍ତ୍ରୀ ତଥା ୱାଟକୋର ପ୍ରବନ୍ଧକ ବିଚିତ୍ରାନନ୍ଦ ପୁହାଣ, ପୌର ସଫେଇ ଅଧିକାରୀ ମାଣିକ ରଂଜନ ନାୟକ ଏବଂ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀମାନେ ଯୋଗଦେଇ ପୂଜାକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପୂଜା ସମୟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଶାନ୍ତିକମିଟି ସମେତ ପୁଲିସ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ମେଲଣ ଉସôବ ଦିନ ସମସ୍ତ ମେଢ ରୋଷଣୀ କରି ଚୋରଦା କାଳୀ ମେଳଣ ପଡିଆରେଏକତ୍ରିତ ହେବା ସହ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ଏନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ସୂଚିତ କରାଯାଇଛି । ପୂଜା ସମୟରେ ଅପରାହ୍ନ ୨ଟାରୁ ରାତି ୧୧ ପର୍ଯ୍ୟନ୍ତ ସହର ମଧ୍ୟରେ ୪ ଚକିଆ ଯାନ ପ୍ରବେଶ ନିଷେଧ କରାଯିବ । ସେହିପରି କାରଖାନା ବସ୍ ଗୁଡିକୁ ପୂଜା ସମୟରେ ସହରରେ ପ୍ରବେଶ ନିମନ୍ତେ ପ୍ରଶାସନ ବାରଣ କରିଥିବା ବେଳେ ବସ ଗୁଡିକ ମିଲିଟାରୀ ଛକ ଓ ଫାୟାର ଷ୍ଟେସନ ଛକ, ଜହ୍ନା ଛକ ହୋଇ ନହକା ଛକରେ ବୁଲେଇ ପୁଣି ସେହି ରାସ୍ତାରେ କାରଖାନା ଯିବାକୁ ପ୍ରଶାସନ ରୋଡ ମ୍ୟାପ କରିଛି । ପ୍ରତି ମଣ୍ଡପ ନିକଟରେ ସିସିଟିଭି ଓ ଅଗ୍ନୀ ନିର୍ବାପକ ଯନ୍ତ୍ର ଲଗାଇବାକୁ ଯାଜପୁର ରୋଡ ଅଗ୍ନିଶମ ବାହିନୀ ପ୍ରଶାସନ ପକ୍ଷରୁ ପୂଜା କମିଟିମାନଙ୍କୁ ନିବେଦନ କରାଯାଇଛି । ସେହପିରି ପୂର୍ବ ବର୍ଷ ଭଳି ପ୍ରତି ପୂଜା ମଣ୍ଡପ ନିକଟରେ୨୦ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯିବା ସହିତ ସହରରେ ହୋମଗାର୍ଡ ଏବଂ ପୋଟୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଟୋପ୍ରୋ ସୂଚନା ଦେଇଛନ୍ତି । ପୂଜା ସମୟରେ ମାଦକ ଦ୍ରବ୍ୟର ବିକ୍ରି ଉପରେ କଡା ନଜର ରଖିବାକୁ ଅବକାରୀ ବିଭାଗକୁ ତାଗିଦ କରାଯାଇଥିଲା । ସେହିପରି ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ପୂଜା ସମୟରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବୈଠକରେ ବିଭିନ୍ନ ପୂଜା କମିଟି ତରଫରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ ପୂଜାମଣ୍ଡପ ନିକଟରେ ପାନୀୟ ଜଳର ବ୍ୟବସ୍ଥା, ଭଷାଣୀ ନିମନ୍ତେ ମୋବାଇଲ ଟଏଲେଟ୍, ପୂଜା ମଣ୍ଡପ ନିକଟରେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ସଫେଇ, ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ନିବେଦନ କରିଥିଲେ । ବର୍ଷତମାମ ସହରରେ ଆତଯାତ କରି ସହରର ପରିବେଶ ପ୍ରଦୂଷଣ କରୁଥିବା ବିଭିନ୍ନ କାରଖାନାର ବସ ଏବଂ ଗାଡି ଯୋଗୁ ଁ ସହର ପରିବେଶ ପ୍ରଦୂଷିତ ହେଉଛି । ତେଣୁ କାରଖାନାର ଅଧିକାରୀମାନେ ପୂଜା ସମୟରେ ସହରର ବିଭିନ୍ନ ରାସ୍ତାରେ ପାଣି ସିଞ୍ଚନ କରିବାକୁ ଏଡ଼ିଏମ ଶ୍ରୀ ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଡିଏମ ଶ୍ରୀ ନନ୍ଦ ଦୁଇଟି ଶ୍ରେଷ୍ଠ ସୁରକ୍ଷା ଏବଂ ପରିସ୍କାର ପରିଚ୍ଛନ୍ନତା ରଖୁଥିବା କମିଟିକୁ ତାଙ୍କ କାର୍ଯ୍ୟାଳୟ ତରଫରୁ ପୁରଷ୍କୃତ କରାଯିବାକୁ ସେ ଘୋଷଣା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦେବାଶିଷ ରାଉତ, ଶାନ୍ତି କମିଟିର ବିଦ୍ୟାଧର ମହାନ୍ତି, ବିବେକାନନ୍ଦ ମହାନ୍ତି ଏବଂ ପୌର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳଙ୍କ ସହ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।