ଏନ୍ସି ମହାବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ନରସିଂହ ଚୌଧୁରୀ ସ୍ୱଂୟଶାସିତ ମହାବିଦ୍ୟାଳୟ ନିୟମିତ ଭାବେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ଆସୁଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି । ଗତ କିଛିଦିନ ତଳେ ସିଏଲଟିକୁ ବିଦୁ୍ୟତ୍ ସଂଯୋଗ କରୁଥିବା ବହୁ ତମ୍ଭାତାର, ଜେନେରେଟର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ଚୋରି ହୋଇଥିବା ଶୁଣିବାକୁ ମିଳିଛି । ସେହିଭଳି କିଛିଦିନ ପୂର୍ବେ ରସାୟନିକ ବିଭାଗରୁ ୪ଟି ଗ୍ୟାସ୍ ସିଲିଣ୍ଡର, ଗ୍ୟାସ୍ ପାଇପ୍ର ତମ୍ଭାତାର, ନୂଆ ସାଇନ୍ସ ବ୍ଲକ୍ ଲାବୋରୋଟାରୀରୁ ମଟର କେବୁଲ, ମଟର, ପିଏଲଟି, ସିଏଲଟିର ସେଣ୍ଟ୍ରାଲ ଏସିରୁ ତୁମ୍ଭାତାର, ତମ୍ଭା ପାଇପ, ସାମ୍ସର ଏସିରୁ ତୁମ୍ଭାତାର ସହି ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାରୁ ମଧ୍ୟ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଜଣାପଡିଛି । ମାତ୍ର ଏ ସମ୍ପର୍କରେ ମହାବିଦ୍ୟାଳୟ ପକ୍ଷରୁ ଅଭିଯୋଗ ହୋଇନି ।