ନୂଆ ଚେହେରା ଉପରେ କଂଗ୍ରେସର ଭରସା , ୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା
ନୂଆ ଚେହେରା ଉପରେ କଂଗ୍ରେସର ଭରସା , ୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା
ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ, ବାଙ୍କୀରୁ ଦେବାଶିଷ
କଟିଲା ପ୍ରବୋଧ ତିର୍କୀଙ୍କ ଟିକେଟ
ବାଲିଗୁଡ଼ା ଓ କବିସୂର୍ଯ୍ୟନଗରରେ ପ୍ରାର୍ଥୀ ବଦଳିଲେ
ଭୁବନେଶ୍ୱର : ଅତାବିରାରୁ ଅଭିଷେକ ସେଠ, ତଳସରାରୁ ଦେବେନ୍ଦ୍ର ଭିତିରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲୀରୁ ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାନ୍, ଦେବଗଡ଼ରୁ ସେମ ହେମ୍ବ୍ରମ, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘସିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା ଓ ପାଟଣାରୁ ହୃଷିକେଶ ନାଏକଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆରେ ଯଶୱନ୍ତ ଲାଗୁରୀ, ଯଶୀପୁରରେ ଶ୍ୱେତା ଚତର, ସାରସକଣାରେ ରାମ କୁମାର ସୋରେନ୍, ରାଇରଙ୍ଗପୁରରେ ଯୋଗେନ୍ଦ୍ର ବାନ୍ରା, ବାଙ୍ଗିରୀପୋଷୀରୁ ମୁରଲୀ ଧର ନାଏକ, କରଞ୍ଜିଆରେ ଲକ୍ଷ୍ମୀଧର ସିଂହ, ଉଦଳାରେ ଦୁର୍ଗାଚରଣ ଟୁଡୁଙ୍କ ନାମ ଘୋଷଣା କରାଯାଇଛି ।
ଅପରପକ୍ଷରେ ବାରିପଦାରେ ବାଦଲ ହେମ୍ବ୍ରମ, ମୋରଡ଼ାରେ ପ୍ରଭାସ କର ମହାପାତ୍ର, ଭୋଗରାଇରୁ ସତ୍ୟ ଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ସୁଦର୍ଶନ ଜେନା, ସୋରୋରେ ସୁବ୍ରତ ଧଡ଼ା, ସିମୁଳିଆରେ ହିମାଂଶୁ ଶେଖର ବେହେରା, ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଭଦ୍ରକରେ ଅସିତ ପଟ୍ଟନାୟକ, ବାସୁଦେବପୁରରେ ଅଶୋକ ଦାସ, ଧାମନଗରରେ ରଞ୍ଜନ କୁମାର ବେହେରାଙ୍କୁ ଟିକେଟ ମିଳିଛି । ଏହାଛଡ଼ା ଚାନ୍ଦବାଲିରେ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରେ କନକଲତା ମଲ୍ଲିକ, ବରିରେ ଆରତୀ ଦେଓ, ଧର୍ମଶାଳାରେ କିଷାନ ପଣ୍ଡା, ଯାଜପୁରରେ ସୁଦୀପ କୁମାର କର, କୋରେଇରେ ବନ୍ଦିତା ପରିଡ଼ା, ଢେଙ୍କାନାଳରେ ସୁସ୍ମିତା ସିଂହଦେଓ, ହିନ୍ଦୋଳରେ ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗରରେ ବିପ୍ରବର ସାହୁ, ପରଜଙ୍ଗରେ ରଞ୍ଜିତ କୁମାର ସାହୁ, ତାଳଚେରରେ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି ।
ଅନୁଗୁଳରେ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରେ ନରୋତ୍ତମ ନାୟକ, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରେ ପ୍ରଦୀପ ସେଠୀ, ସୋନପୁରରେ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରେ ବୀରେନ୍ଦ୍ର ବାଗ, ଖରିଆରରେ କମଳ ଚରଣ ତାଣ୍ଡିଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି । ବାଲିଗୁଡ଼ାରେ ପୂର୍ବରୁ ସୁରଡ଼ା ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଏବେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛି । ବଡ଼ମ୍ବାରେ ସଞ୍ଜୟ କୁମାର ସାହୁ, ବାଙ୍କୀରେ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରେ ମେହବୁବ ଅହମ୍ମଦ ଖାନ, ଚୌଦ୍ୱାର କଟକରେ ମୀରା ମଲ୍ଲିକ, ନିଆଳୀରେ ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦରରୁ ରାମଚନ୍ଦ୍ର ଗୋଛାୟତଙ୍କୁ ପ୍ରାର୍ଥୀ କରାଯାଇଛି ।
ଏତଦବ୍ୟତୀତ ସାଲେପୁରରେ ଆକ୍ୱିବ ଉଜମାନ ଖାନ, ପାଟକୁରାରେ ରତିକାନ୍ତ କାନୁନଗୋ, ଆଳିରେ ଦେବସ୍ମିତା ଶର୍ମା, ପାରାଦୀପରେ ନିରଞ୍ଜନ ନାୟକ, ତିର୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମାରେ ଇଂ ନଳିନୀ ସ୍ୱାଇଁ, ପୁରୀରେ ସୁଜିତ ମହାପାତ୍ର, ବ୍ରହ୍ମଗିରିରେ ମିତ୍ରଭାନୁ ମହାପାତ୍ର, ଜୟଦେବରେ ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ୱରରେ ପ୍ରଶାନ୍ତ କୁମାର ଚମ୍ପତ୍ତି, ଜଟଣୀରେ ସନ୍ତୋଷ ଜେନା, ବେଗୁନିଆରେ ପୃଥ୍ୱୀବଲ୍ଳଭ ପଟ୍ଟନାୟକ, ରଣପୁରରେ ବିଭୂ ପ୍ରସାଦ ତରାଇ, ନୟାଗଡ଼ରେ ରଞ୍ଜିତ ଦାସଙ୍କ ଉପରେ ଦଳ ଭରସା କରିଛି । କବିସୂର୍ଯ୍ୟନଗରରେ ଚିରଞ୍ଜୀବ ବିଷୋୟୀଙ୍କ ଟିକେଟ କଟାଯାଇ ବିପିନ ବିହାରୀ ସ୍ୱାଇଁଙ୍କୁ ପ୍ରାର୍ଥୀ କରାଯାଇଛି । ଖଲ୍ଲିକୋଟରେ ଚିତ୍ରସେନ ବେହାରା, ଆସ୍କାରେ ସୁରଭି ବିଷୋୟୀ, ହିଞ୍ଜିଳିରେ ରନଜୀକାନ୍ତ ପାଢ଼ୀ, ବ୍ରହ୍ମପୁରରେ ଦୀପକ ପଟ୍ଟନାୟକ ଓ ଦିଗପହଣ୍ଡିରେ ଶ୍ରୀଧର ଦେବଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।