ଅବକ୍ଷୟମୁଖୀ ଅନନ୍ତଶୟନ ମୂର୍ତ୍ତି
ାା ପ୍ରଭାନୁ୍ୟଜ୍ ।ା ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡା ଗ୍ରାମ ବ୍ରାହ୍ମଣୀ ନଦୀକୂଳରେ ବ୍ଲକ ଅଞ୍ଜନ ପ୍ରାଚୀନ ପୌରାଣିକ କିମ୍ବଦନ୍ତୀଭରା ଅନନ୍ତ ଶୟନ ନିଜର କୀର୍ତିରାଜି ଅସ୍ତିତ୍ୱ ହରାଇବାରେ ଲାଗିଛି । ଏସିଆ ମହାଦେଶର ଏହା ବୃହତ୍ତମ ପଥର ନିର୍ମିତ ଅନନ୍ତଶୟନ ବିଷ୍ଣୁମୂର୍ତ୍ତି । ଏହି ମୂର୍ତ୍ତିର ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ କିମ୍ବା ପ୍ରନôତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଧ୍ୟାନ ନାହିଁ । ଡିନାମାଇଟ ବିସ୍ଫୋରଣରୁ ମୂର୍ତ୍ତିରେ ଫାଟ, ରକ୍ଷଣାବେକ୍ଷଣ ଭୁଲିଗଲା ପ୍ରନôତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା । ନବମ ଶତାବ୍ଦୀରେ ଭୌମ୍ୟ ବଂଶଜ ଭୀମ ଗୋସାଇ ବ୍ରାହ୍ମଣୀ ନଦୀକୂଳରେ ବିଷ୍ଣୁମୂର୍ତ୍ତି ପୂଜା କରି ଆସୁଥିଲେ । ୧୯୭୯ ମସିହାରେ ତକôାଳୀନ ଓଡ଼ିଶାର ରାଜ୍ୟପାଳ ଭଗବତ୍ ଦୟାଲ ଶର୍ମା ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ଏଠାରେ ଶୟନ ଭାବେ ବିଷ୍ଣୁମୂର୍ତ୍ତି ଥିବା ଦେଖିବା ପରେ ଅନନ୍ତଶୟନ ନାମରେ ନାମିତ କରିଥିଲେ । ପଥରରେ ନିର୍ମିତ ଏହି ମୂର୍ତ୍ତିର ଲମ୍ବ ୫୨ ଫୁଟ ଓ ପ୍ରସ୍ଥ ୧୮ ଫୁଟ ରହିଛି । ଏହି ସ୍ଥଳକୁ ୨୦୦୦ ମସିହାରେ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରନôତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ହାତରେ ରହିଛି । ଉକ୍ତ ସଂସ୍ଥା ମୂର୍ତ୍ତି ଓ ପର୍ଯ୍ୟଟନସ୍ଥଳର ବିକାଶ ଦିଗରେ ଧ୍ୟାନ ଦେଇନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । କିଛି ଖଳ ପ୍ରକୃତିର ଲୋକ ଏହି ମୂର୍ତ୍ତି ନିକଟରେ ବାରମ୍ବାର ଡିନାମାଇଟ ବିସ୍ପୋରଣ କରି ନଦୀଗର୍ଭରୁ ମାଛ ଧରୁଥିବାରୁ ପଥର ମୂର୍ତ୍ତି କ୍ଷତିଗ୍ରସ୍ତ ହେବାରେ ଲାଗିଛି । ବିସ୍ପୋରଣ ଶବ୍ଦରେ ପଥର ନିର୍ମିତ ମୂର୍ତ୍ତି ଉପରେ ଫାଟ ସୃଷ୍ଟି ହେଲାଣି । ଡିନାମାଇଟ ବିସ୍ଫୋରଣରେ ମୂର୍ତ୍ତିର ନାସିକା ଓ ଗୋଡ ଭାଙ୍ଗି ଯିବାବାରୁ ଏହାକୁ ସିମେଣ୍ଟରେ ପୁନଶ୍ଚ ନିର୍ମାଣ କରାଯାଇଛି । ବ୍ରାହ୍ମଣୀ ନଦୀର ଜଳସ୍ରୋତ ବୃଦ୍ଧି ପାଇଲେ ତାହା ମୂର୍ତ୍ତି ଦେହରେ ମାତ୍ର ଉପରେ ଫାଟ ହେଉଛି । ମୂର୍ତ୍ତି ସଂଲଗ୍ନ ନଦୀକୂଳରେ ସୁରକ୍ଷା ବାଡ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଛି । ସରକାର ସମୟରେ ଏହି ପର୍ଯ୍ୟଟନସ୍ଥଳୀର ବୀର ଭିତ୍ତିଭୂମି ବିକାଶ ପାଇଁ ୩.୯୧ ସେହି କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଅର୍ଥରେ ପାନ୍ଥନିବାସ ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି । କେନ୍ଦ୍ର ସରକାରଙ୍କ ପ୍ରନôତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳ ନେଇ କୌଣସି ପଦକ୍ଷେପ ଗ୍ରହଣ ଓ ମୂର୍ତ୍ତିର ସୁରକ୍ଷା ନାହିଁ । ତେବେ ଏଥିପ୍ରତି ବର୍ତ୍ତମାନର ସରକାରଙ୍କ ଦୃଷ୍ଟି ପକାଇବା ସହିତ ଏହି ପୁରାତନ ଐତିହାସିକ କିର୍ତ୍ତିରାଜିର ପୁନରୁଉଦ୍ଧାର କାର୍ଯ୍ୟ କରାଯାଇ ପର୍ଯ୍ୟଟନଙ୍କ ଉଦେ୍ଦଶ୍ୟରେ ଜୀବୀତ ରଖାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।