ଚାରି ନକ୍ସଲଙ୍କ ଆତ୍ମସମର୍ପଣ  


ାା ପ୍ରଭାନୁ୍ୟଜ୍ ।ା ରାଇଘର : ଓଡ଼ିଶା ସୀମାନ୍ତରେ ମାଓ ଗତିବିଧି ବଢ଼ୁ ଥିବାବେଳେ ଅନ୍ୟପଟେ ମାଓ ସଙ୍ଗଠନ ସଦସ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ସିପିଆଇ ମାଓବାଦୀ ସଂଗଠନ ଉତ୍ତର ବସ୍ତର ଡିଭିଜନ ଅଧୀନରେ କୁଏମାରି ଏରିଆ କମିଟିରେ ସକ୍ରିୟ ଥିଲେ । ଯେଉଁଥିରେ ଦୁଇ ଜଣ ମାଓବାଦୀ ସଦସ୍ୟଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଅନ୍ୟ ଦୁଇ ମାଓବାଦୀ ସଦସ୍ୟଙ୍କ ଉପରେ ଏକ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା । 
ଯେଉଁଥିରେ ସୁରଜାନା ଛଦ୍ମନାମ ସୀତା କୋରାମ କୁଏମାରି ଏଲ୍ଓଏସ୍ କମାଣ୍ଡର  ଯାହାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ସେ ଏସ୍ଏଲ୍ଆର୍ ଅସ୍ତ୍ରଶସ୍ତ୍ର ନେଇ ଯାଉଥିଲେ । ନରେଶ ଛଦ୍ମନାମ ଲକ୍ଷ୍ମୀ କୁଏମାରି କ୍ଷେତ୍ର କମିଟି ସଦସ୍ୟ ଯାହା ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା । ଏସ୍ଏଲ୍ଆର୍ ଅସ୍ତ୍ର  ସାଗର ଛଦ୍ମନାମ ଗଙ୍ଗା ଥିଲା । ସଦସ୍ୟ ଅଞ୍ଜୁ ଛଦ୍ମନାମ ସରିତା ଶୋରି କୁମାରୀଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଓ ଗୋଟିଏ କ୍ଷୁଦ୍ର ଅସ୍ତ୍ର ପୁରସ୍କାର ମିଳିଥିଲା । ସମସ୍ତଙ୍କ ଆତ୍ମସମର୍ପଣ ଉପରେ ଥଇଥାନ ନୀତି ଅନୁଯାୟୀ ୨୫ ହଜାର ଟଙ୍କା ପ୍ରୋସôାହନ ରାଶି ପ୍ରଦାନ କରାଯାଇଛି । ଆଇଜି ବସ୍ତର ସୁନ୍ଦର ରାଜ ପି ଆଇ, କେଏଏଲ୍ ଧୃପ ଡିଆଜି କାଙ୍କର, ଆଇକେ ଇଲିସେଲା ଏସଏସପି କାଙ୍କର, ହରିନ୍ଦ୍ରର ପାଲ ସିଂ ସୋଢି ଡିଆଜି ବିଏସଏଫ୍, ସନ୍ଦୀପ ପଟେଲ ଅତିରିକ୍ତ ପୁଲିସ ଅଧିକ୍ଷକ ଭାନୁ ପ୍ରତାପପୁର ପ୍ରମୁଖ ଉପସ୍ଥିତିରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ ।