ମିତ୍ରପୁର ବଜାର ରାସ୍ତା ପାଲଟିଛି ମରଣଯନ୍ତା
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ମିତ୍ରପୁର - ନୀଳଗିରି - ରେମୁଣା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ମିତ୍ରପୁର ଛକରେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ କରାଯାଇଥିଲା । ମିତ୍ରପୁର ବଜାର ବନ୍ଦ ସହିତ ରାସ୍ତା ରୋକ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିଲା । ସୂଚନା ଅନୁସାରେ, ଉକ୍ତ ରାସ୍ତା କାର୍ଯ୍ୟଟି ନୀଳଗିରି ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପାଦନ କରାଯାଉଥିବା ବେଳେ ଦୀର୍ଘ ୬ ମାସ ମଧ୍ୟରେ ମିତ୍ରପୁର ବଜାର ମଧ୍ୟ ସ୍ଥଳୀରେ ଡ୍ରେନ୍ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ରାସ୍ତା ନିର୍ମାଣର କୌଣସି ସୂଚନା ଫଳକ ନଥିବା ବେଳେ ଠିକା ସଂସ୍ଥାର ମାଲିକଙ୍କ କାର୍ଯ୍ୟ କ୍ଷେତ୍ର ରେ କେବେ ଦେଖା ଯାଇ ନାହିଁ । ଅନ୍ୟପକ୍ଷରେ ରାସ୍ତାର ଦୁଇ ପାର୍ଶ୍ୱରେ ଚାଲିଥିବା ଅଧାପନ୍ତରିଆ ଅସମ୍ପୂର୍ଣ୍ଣ ଡ୍ରେନ୍ ପାଇଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବଜାର ବୁଡ଼ି ଯାଉଥିବା ଅଭିଯୋଗ ହୋଇଛି । ଆଂଶିକ ସ୍ଲାପ ପଡ଼ିଥିବାରୁ ଡ୍ରେନ୍ରେ ଗୃହପାଳିତ ପଶୁ ଓ ସ୍କୁଲ ଛାତ୍ରଙ୍କ ଯାତ୍ରା ଦୁର୍ବିପାକ ଓ ବିପଦ ସଂକୁଳ ହୋଇ ପଡ଼ିଛି । ରାସ୍ତା ମଝିରେ ଥିବା ବିଦୁ୍ୟତ ଖୁଣ୍ଟି ସ୍ଥାନାନ୍ତରିତ ଓ ଗଛ କଟା ନ ହେବାରୁ ଦୁର୍ଘଟଣା ଘଟି ଧନଜୀବନ ଯିବାର ନଜିର ଅଛି । ଏହି ଧର୍ମଘଟ ସମୟରେ ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ,କନିଷ୍ଟ ଯନ୍ତ୍ରୀ ଧର୍ମ ଘଟ ସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ବନ ବିଭାଗ, ବିଦୁ୍ୟତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ସମ୍ମନ୍ୱୟ ଅଭାବରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଇଛି । ରାସ୍ତା ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଦରକାର ବୋଲି ଏହି ଅବସରରେ ସେ କହିଥିଲେ । ତେବେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଧର୍ମଘଟରେ ଉକ୍ତ କମିଟି ସହିତ ବଜାର କମିଟି, ଦୁର୍ଗାପୂଜା କମିଟି, ସ୍ୱାସ୍ଥ୍ୟ ସେବା କମିଟି, ରଥଯାତ୍ରା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଷ୍ଟାଲିନ ମିଶ୍ର, ବିଜୟ ଆଚାର୍ଯ୍ୟ, ଜୟନ୍ତ ବିଶ୍ୱାଳ, ପଞ୍ଚାନନ ଲେଙ୍କା, ଜୀବନ ଗୋସ୍ୱାମୀ, ଅଜୟ ଧଳ, କାର୍ତ୍ତିକ ଦାସ, ଜେନି ସାହା, ଅଗଣି ସାହୁ, ପ୍ରମୋଦ ମୁଦୁଲି, ସଞ୍ଜୟ ମହାପାତ୍ର, ଟୁଙ୍ଗୁରୁ ମଲ୍ଲିକ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ ।