କବିଚନ୍ଦ୍ର କାଳି ଚରଣ
ଜିଲ୍ଲାର ବଡ଼ମ୍ବା ଅଞ୍ଚଳରେ ତାଙ୍କ ଜନ୍ମ । କିନ୍ତୁ ତାଙ୍କର କର୍ମ ଭୂମି ଥିଲା କଟକ । କଟକର କାଳୀବଜାର ଅଞ୍ଚଳରେ ରହି ସେ କଟକକୁ କରିଥିଲେ ତାଙ୍କର କର୍ମଭୂମି । ତାଙ୍କରି ଉଦ୍ୟମରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା । କାଳୀଚରଣ ଥିଲେ ଓଡ଼ିଶା ନାଟକ ସାହିତ୍ୟର ନୂତନ ପଥ ପ୍ରଦର୍ଶକ, ନିରବ ସାଧକ । ଓଡ଼ିଶାର ରଙ୍ଗମଞ୍ଚରେ ସେ ଭରି ଦେଇଥିଲେ ବାସ୍ତବତା, ଜାତୀୟତା, ଓଡ଼ିଶାର ଇତିହାସ, କଳା ଓ ସଂସ୍କୃତିକୁ । ଓଡ଼ିଶୀ ନୃତ୍ୟର ଉନ୍ନତି ସାଧନ ପାଇଁ ସେ ତାଙ୍କର ଜୀବନ ଉତ୍ସର୍ଗ କରିଥିଲେ । ବଡ଼ମ୍ବାଗଡ଼ ଠାରେ ୧୮୯୮ ମସିହାରେ ଦୁର୍ଗାଚରଣ ପଟ୍ଟନାୟକ ଓ ରାଧାମାଳି ଦେବୀଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ କାଳୀଚରଣ । କଟକର ରେଭେନ୍ସା କଲେଜରେ ଶିକ୍ଷା ଶେଷ କରିବା ପରେ ସେ କିଛିଦିନ ପାଇଁ ଓଡ଼ିଶାର ପ୍ରଥମ ଖବର କାଗଜ ଉକ୍ରଳ ଦୀପିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ୧୯୨୩ରେ ପୁରୀର ଗଜପତି ମହାରାଜାଙ୍କ ଦ୍ୱାରା କବିଚନ୍ଦ୍ର, ୧୯୩୮ରେ ଉକ୍ରଳ ସମାଜ ଦ୍ୱାରା ନାଟ୍ୟାଚାର୍ଯ୍ୟ, ୧୯୬୮ରେ କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ଦ୍ୱାରା ଭାରତର ରତ୍ନ ସଦସ୍ୟ (ଫେଲୋ) ଉପାଧିରେ ଭୂଷିତ ହୋଇଥିଲେ । ଏହି ସମସ୍ତ ଉପାଧିକୁ ଗ୍ରହଣ କରିଥିବା କାଳୀଚରଣ କିନ୍ତୁ ୧୯୭୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧିକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ସେତେବେଳେ ତାଙ୍କୁ ୭୬ ବର୍ଷ ହୋଇଥିଲା । ନିଜର ଲେଖନୀ ଶକ୍ତିରେ ଓଡ଼ିଶା ଜାତିକୁ ଉଦ୍ବୁଦ୍ଧ କରାଇ ପାରିଥିବା ଏହି ମହାନ ସ୍ରଷ୍ଟାଙ୍କର ଭାତ ନାଟକ ଓଡ଼ିଆଙ୍କ ମନକୁ ପ୍ରଭାବିତ କରି ରଖିଥିବା ବେଳେ ତାଙ୍କ ରଚିତ ଓଡ଼ିଶାର ପ୍ରଥମ ସାମାଜିକ ନାଟକ ଗାର୍ଲସ୍ ହାଇସ୍କୁଲ ଓଡ଼ିଆ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକଙ୍କର ୧୯୭୮ମସିହାରେ ପରଲୋକ ହୋଇଥିଲା ।
ଡ.ତପନ କୁମାର ପାଳ
ମୋ : ୯୯୩୭୬୫୮୩୬୨