ଲକ୍ଷ୍ମୀ ମହାପାତ୍ର ଥିଲେ ସଚ୍ଚୋଟ ନିର୍ବିବାଦୀୟ ନେତା: ମନମୋହନ
।ା ପ୍ରଭାନୁ୍ୟଜ୍ ।ା ଭଦ୍ରକ: ଜନନେତା ବିଶିଷ୍ଟ ସମାଜସେବୀ ନେତା ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ଏକାଦଶାହରେ ତାଙ୍କ କୁଆଁସ ସ୍ଥିତ ବାସ ଭବନରେ ସ୍ମୃତି ଚାରଣ କରି ଲକ୍ଷ୍ମୀ ଭାଇ ଜଣେ ନିର୍ବିବାଦୀୟ ସଚ୍ଚୋଟ ନେତା ଥିଲେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ । ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ଜୀବନୀ କାଳରେ ବିଭିନ୍ନ ସ୍ମୃତି କଥା ମନେ ପକେଇଥିଲେ । ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଏମପି ଅଭିମନୁ୍ୟ ସେଠି, ସ୍ତମ୍ଭକାର ଗୁରୁ କଲ୍ୟାଣ ମହାପାତ୍ର, ଭୁବନେଶ୍ୱରର ବହୁ ସାହିତ୍ୟକ ବରଣ୍ୟ ନେତୃମଣ୍ଡଳୀ ମଧ୍ୟ ସ୍ମୃତି ଚାରଣ କରିଛନ୍ତି । ଭଦ୍ରକ ଜିଲ୍ଲାର ବହୁ ନେତା ନେତ୍ରୀ ଡ଼କ୍ଟର, ସାହିତ୍ୟକ ସାମ୍ବାଦିକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ୱର୍ଗତ ଲକ୍ଷ୍ମୀ ମହାପାତ୍ର ଜଣେ ସ୍ପଷ୍ଟ ଭାଷୀ ଖୋଲା ହୃଦୟ ଅସହାୟ ଲୋକଙ୍କ ସହାୟ ଥିଲେ କହିଛନ୍ତି । ବିଧାୟକ ହୋଇପାରି ନଥିଲେ ବି ବିଧାୟକ ନେତା ତିଆରି କରିଛନ୍ତି ବୋଲି ବକ୍ତା ମତବ୍ୟକ୍ତ କରିଥିଲେ । ସେହିପରି ଲକ୍ଷ୍ମୀ ଭାଇ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଯେଠ ମଲାନୀଙ୍କ ପର୍ଯ୍ୟନ୍ତ ଅନେକ ବିଜ୍ଞ ବ୍ୟକ୍ତିଙ୍କ ସହିତ ଅତି ନିଜର ଥିଲେ । ଏବିଭିପି ରେ ଭଦ୍ରକ କଲେଜ ସଭାପତି ଥିଲେ ବାଣୀ ବିହାରରେ ସମ୍ପାଦକ ଥିଲେ । ଅନେକ ଛାତ୍ର ନେତା ତିଆରି କରିଥିଲେ ଲକ୍ଷ୍ମୀ ଭାଇ କୁହା ଯାଇଥିଲା । ସେହିପରି ଭଦ୍ରକର ଅନେକ ଉନ୍ନତି କାର୍ଯ୍ୟ ଉପରେ ସେ ଲଢେଇ କରି କରିଥିବା କଥା ମଧ୍ୟ କହିଛନ୍ତି ବକ୍ତାମାନେ ।
ଭଦ୍ରକ ଇତିହାସରେ ଲକ୍ଷ୍ମୀ ମହାପାତ୍ର ଜଣେ ମାଇଲ ଖୁଣ୍ଟ ହୋଇ ରହିବେ ବୋଲି ବହୁ ସାହିତ୍ୟକ କହିଥିଲେ । ସେହିପରି ଇତିହାସ ଇଂରାଜୀରେ ପ୍ରବଳ ଜ୍ଞାନୀ ଥିଲେ, ଅନେକ କଥା ଉପରେ ତର୍ଜମା କରି ବଡ଼ବଡ଼ ଜାଗାରେ ଛାଡନ୍ତି ନାହିଁ ବୋଲି କହିଥିଲେ ସ୍ମୃତି ସଭାର ସଭାପତି ନିଶିକାନ୍ତ ନାୟକ । ସେହିପରି ଲକ୍ଷ୍ମୀ ମହାପାତ୍ର ଜଣେ ଦୁଃସାହସୀ ବ୍ୟକ୍ତି ଥିଲେ । ଯାହାକି ରାଷ୍ଟ୍ରପତି ଙ୍କୁ କଳା ପତାକା ଦେଖାଇବା ଠାରୁ କୌଣସି ଅଫିସରଙ୍କୁ ଛାଡୁ ନଥିଲେ । ଏଭଳି ଅନେକ କିଛି କଥା ପ୍ରାୟ ୭ଘଣ୍ଟା ଧରି ସ୍ମୃତି ସଭା ଚାଲିଥିଲା, ତାଙ୍କ ପୁତ୍ର ପୁତ୍ରବଧୂ ସମସ୍ତ ବନ୍ଧୁ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।