ଲୋକକଳା ମହୋତ୍ସବ ଉଦ୍ଘାଟିତ


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଳା ସଂସ୍କୃତିର  କେନ୍ଦ୍ର । ଢେଙ୍କାନାଳ ଜିଲ୍ଲାରେ ୧୪ଗୋଟି ଲୋକକଳା ରହିଛି । ୬୦ ହଜାରରୁ ଊଦ୍ଧ୍ୱର୍ ପଞ୍ଜିକୃତ କଳାକାର ଆମ କଳା ସଂସ୍କୃତି ପରମ୍ପରାକୁ  ଉଜ୍ଜିବୀତ ରଖି ଜିଲ୍ଲାର ଗୌରବ ବୃଦ୍ଧି କରୁଛନ୍ତି ବୋଲି ଢେଙ୍କାନାଳ ଜିଲ୍ଲାସ୍ତରୀୟ ସପ୍ତମ ଲୋକକଳା ମହୋତ୍ସବ-୨୦୨୪ ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁ୍ୟକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।  ଢେଙ୍କାନାଳ ଜିଲ୍ଲାସ୍ତରୀୟ ସପ୍ତମ ଲୋକକଳା ମହୋତ୍ସବ-୨୦୨୪ ସହର ଉପକଣ୍ଠ ପଲ୍ଲିଶ୍ରୀ ମେଲାପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ୍ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଲୋକକଳା ସାଧାରଣ ଜୀବନକୁ ରୁଦ୍ଧିମନ୍ତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ୮ଟି ବ୍ଲକର କଳା-ସଂସ୍କୃତି ସଂଘର ଉପସଭାପତିମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସପ୍ତମ ଲୋକକଳା ମହୋତ୍ସବ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରାକୁ ଉଚ୍ଚଶିକ୍ଷା, କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ବାହାରି ପଲ୍ଲିଶ୍ରୀ ମେଳା ପଡିଆ ପର୍ଯ୍ୟନ୍ତ ଦୀର୍ଘ ୩କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର କଳାକାରମାନେ ସେମାନଙ୍କର ଲୋକକଳାକୁ ପ୍ରଦର୍ଶିତ କରିଥିଲେ । ଲଉଡି, ଦଣ୍ଡନୃତ୍ୟ, ପାଇକନୃତ୍ୟ ଓ ଆଦିବାସୀ ନୃତ୍ୟରେ ସାରା ସହର ଉଛୁଳି ପଡିଥିଲା । ଏହି ଶୋଭାଯାତ୍ରା ଉତ୍ସବରେ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୁଷଣ ପ୍ରଧାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁନାର ମିଶ୍ର ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।