ଦୁର୍ନୀତି ନିବାରଣ ସଚେତନତା ସପ୍ତାହ


\ାା\ ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ସଦ୍ଭାବନା ସଭାଗୃହ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି (ସାଧାରଣ) ମୁଖ୍ୟଅତିଥି ଭାବେ ଯୋଗ ଦେଇ ସତ୍ୟନିଷ୍ଠ ହୋଇ କାର୍ଯ୍ୟ କଲେ, ଏହା ରାଷ୍ଟ୍ରର ବିକାଶକୁ ତ୍ୱରାନ୍ୱିତ କରିବ । ପ୍ରତ୍ୟେକଙ୍କର ଜୀବନ ଅମୂଲ୍ୟ, ଆତ୍ମ ସମୀକ୍ଷା କରି ନିଜେ ସଚେତନ ହୋଇ ସମାଜକୁ କିଛି ଦେବା ଲକ୍ଷ୍ୟ ରଖିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ଅବସରପ୍ରାପ୍ତ ସିବିଆଇ ଜଜ୍  ଭିକାରୀ ଚରଣ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦାୟିତ୍ୱ ଠାରୁ ଦୂରେଇ ନ ଯାଇ ନିଜର ଏବଂ ସମାଜର ପ୍ରକୃତ ବିକାଶ ପାଇଁ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଭିଜିଲାନ୍ସ ଏସ୍ପି  ଅକ୍ଷୟ କୁମାର ସାହୁ ଯୋଗ ଦେଇ ଦୁର୍ନୀତିମୁକ୍ତ ଜୀବନ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ଆଣି ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ରଥ ଏବଂ ଅମିୟ ଚାନ୍ଦ ସାଧାରଣ ଓ ବ୍ୟକ୍ତିଗତ ଜୀବନରେ ସ୍ୱଚ୍ଛତା ସତ୍ୟ ନିଷ୍ଠତା ଆମ ସଂସ୍କୃତିର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଭିଜିଲାନ୍ସ ଡିଏସ୍ପି  ଅନସୂୟା ସେନାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଭିଜିଲାନ୍ସ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।