‘ପାରମ୍ପରିକ ଖାଦ୍ୟଶୈଳୀ ଆମ ଜୀବନକୁ ରୋମୁକ୍ତ ରଖିଥାଏ’

ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଶ୍ରୀଅନ୍ନ ଶସ୍ୟ ମାଣ୍ଡିଆ, ଜହ୍ନା, ବାଜରା, ସୁଆଁ, ଚିନାଖିରା, କୋଦ ଭଳି ଶସ୍ୟ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ ବୋଲି ପ୍ରକାଶ କରିଛନ୍ତି । ପାରମ୍ପରିକ ଖାଦ୍ୟ ଶୈଳୀ ଆମ ଜୀବନକୁ ରୋଗମୁକ୍ତ ରଖିଥାଏ । ଏବଂ ସେ ନିଜେ ପ୍ରତିଦିନ ମାଣ୍ଡିଆ ଖାଇଥାନ୍ତି ବୋଲି ପ୍ରକାଶ କରିବା ସହିତ ସମସ୍ତେ ପ୍ରତିଦିନ ଶ୍ରୀ ଅନ୍ନ ଶସ୍ୟ ଖାଦ୍ୟ ରୂପରେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗ ଦେଇ ଆମ ପୂର୍ବ ପୁରୁଷମାନେ ମାଣ୍ଡିଆ ଜାତୀୟ ଶସ୍ୟର ଉପକାରିତା ଓ ଏହାର ପୌଷ୍ଟିକତା ସଂପର୍କରେ ଅଧିକ ଜାଣିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ପାଢୀ ମାଣ୍ଡିଆ ଦିବସ ପାଳନର ତାପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଓଡାପଡା, ହିନେ୍ଦାଳ, କାମାକ୍ଷାନଗର, ଭୁବନ ଏବଂ କଙ୍କଡାହାଡ ବ୍ଲକରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଇ ଅଧିକ ଶସ୍ୟ ଉତ୍ପାଦନ କରାଇ ପାରିଥିବା ୫ ଜଣ କୃଷକଙ୍କୁ ଉତ୍ସବରେ ସମ୍ମାନିତ  କରାଯାଇଥିଲା । ମାଣ୍ଡିଆର ପ୍ରଚାର ପ୍ରସାର ଉଦେ୍ଦଶ୍ୟରେ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏବଂ ଖାଦ୍ୟ ପ୍ରସ୍ତୁତି ମେଳାରେ ଅଂଶ ଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବ ପରିସରରେ  ଆୟୋଜିତ ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ  ଓ ଶ୍ରୀ ଅନ୍ନ ପ୍ରଦର୍ଶନୀ ମେଳାରେ ୫ଟି ଷ୍ଟଲରେ ମାଣ୍ଡିଆରୁ ପ୍ରସ୍ତୁତି ଲଡୁ, କ୍ଷୀରୀ, ଚା, କାକେରା ଆଦି ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ପ୍ରାରମ୍ଭରେ ଆୟୋଜିତ ରୋଷେଇ ପ୍ରତିଯୋଗିତାରେ ୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ  ଭାଗ ନେଇ ‘ଶ୍ରୀଅନ୍ନ ଶସ୍ୟ’ ଜନିତ ବିଭିନ୍ନ  ଖାଦ୍ୟ  ପ୍ରସ୍ତୁତ କରିଥିଲେ । ଉତ୍ସବରେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସହକାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଜାତା ପ୍ରିୟଦର୍ଶନୀ ନାୟକ, ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।