ଡାକ୍ତର ଅଭାବ, ରୋଗୀସେବା ବାଧାପ୍ରାପ୍ତ
ାା ପ୍ରଭାନୁ୍ୟଜ ।ା ବେତନଟୀ: ମୟୂରଭଞ୍ଜ ଜିଲ୍ଲାର ସଦର ସବ୍ଡିଭିଜନ ବାରିପଦା ଅଧିନ ଆଦିବାସୀ ବହୁଳ ବେତନଟୀ ବ୍ଲକର ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ନାନାଦି ସମସ୍ୟା ଦେଇ ଗତି କରୁଛି । ଏହି ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ି ଆସିଥିବାବେଳେ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚôତ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ରୋଗୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ବର୍ହି ବିଭାଗରେ ଦୁଇଶହରୁ ଊଦ୍ଧ୍ୱର୍ ରୋଗୀ ପଞ୍ଜିକୃତ ହୋଇଥାଏ । ପଡ଼ୋଶୀ ବାରିପଦା, ମୋରଡା, ରାସଗୋବିନ୍ଦପୁର ଏବଂ ବଡ଼ସାହି ସମେତ ବାଲେଶ୍ୱର ସଦର ବ୍ଲକର କେତେକ ଗ୍ରାମ ସହିତ ବେତନଟୀ ସିଏଚ୍ସିକୁ ସିଧାସଳଖ ସଂଯୋଗ ଥିବା ହେତୁ ରୋଗୀମାନେ ବାଲେଶ୍ୱର ନ ଯାଇ ଏଠାକୁ ଚିକିତ୍ସିତ ହେବାକୁ ଆସିଥାନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ୧୯୮୨ ମସିହାରେ ଅପଗ୍ରେଡ୍ ହେବା ପରେ ଏଠାରେ ବିଶେଷଜ୍ଞ ଡାକ୍ତର ଅସ୍ଥିିଶଲ୍ୟ, ସ୍ତ୍ରୀରୋଗ ଏବଂ ଭେଷଜ ବିଭାଗର ଡାକ୍ତରମାନେ ରହିବା ସହିତ ଜୁନିଅର ଡାକ୍ତରମାନେ ମଧ୍ୟ ରହୁଥିଲେ । ଏହାସହିତ ଏଠାକୁ ସପ୍ତାହରେ ଦୁଇଦିନ ପାଇଁ ଜଣେ ଚକ୍ଷୁ ବିଭାଗ ଡାକ୍ତର ମଧ୍ୟ ବାରିପଦାରୁ ଆସୁଥିଲେ । ମାତ୍ର ବିଗତ ପନ୍ଦରବର୍ଷର ଊର୍ଦ୍ଧ୍ୱ ହେବ ଏଠାରେ କେହି ଜଣେ ହେଲେ ବି କୌଣସି ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ି ଆସିଥିବା ହେତୁ କେବଳ ନୂତନ ଭାବେ ବିଭିନ୍ନ ମେଡିକାଲ କଲେଜମାନଙ୍କରୁ ପାସ୍ଆଉଟ ଡାକ୍ତରମାନଙ୍କୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାଟି ଚାଲିଛି । ଯାହାଫଳରେ ଯାନବାହାନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ଆହତମାନଙ୍କ ପାଇଁ ହସ୍ପିଟାଲରେ ସମସ୍ତ ସୁବିଧା ଥାଇ ସୁଦ୍ଧା ସର୍ଜରୀ ବିଭାଗର କୌଣସି ବିଶେଷଜ୍ଞ ଡାକ୍ତର ନ ଥିବା ଯୋଗୁଁ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଇ ନ ପାରି ମୃତୁ୍ୟବରଣ କରିଥାନ୍ତି । ନଚେତ୍ ପିଆରଏମ ମେଡିକାଲ କଲେଜକୁ ରେଫର କରାଗଲେ ବି ସେଠାରେ ଗୁରୁତର ଆହତଙ୍କ ପାଇଁ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତର ନ ଥିବା କାରଣରୁ ଏଠାରୁ ୨୫୦କିମି ଦୂର କଟକ ଭୁବନେଶ୍ୱରକୁ ରେଫର କରି ପଠାଇ ଦିଆଯାଇଥାଏ । ଯାହାଫଳରେ ଡାକ୍ତରଖାନା ପହଞ୍ଚôବା ପୂର୍ବରୁ ରୋଗୀଙ୍କର ଅଧାବାଟରେ ମୃତୁ୍ୟ ଘଟିଥିବା ମଧ୍ୟ ନଜରରେ ରହିଛି । ବେତନଟୀ ଅଞ୍ଚଳବାସୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ବର୍ଷବର୍ଷ ଧରି ଅସମର୍ଥ ରହିଥିବାବେଳେ କେବଳ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୧୦୮ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ କୁହାଯାଇଛି । ଯାହାର ପୂରା ଫାଇଦା କେତେକ ମେଡିସିନ ଷ୍ଟୋର ଗୁଡିକ ନେଇ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ଡକାଇ ଚିକିତ୍ସା ସୁବିଧା ଯୋଗାଇ ଦେଇ ପୂରା ଶୋଷଣ ଚଳାଇଥିବା ଅଭିଯୋଗ ହୋଇଛି ।