କିଏ ନେବ କୁମକି ‘ଯଶୋଦା’ର ସ୍ଥାନ

କିଏ ନେବ କୁମକି ‘ଯଶୋଦା’ର ସ୍ଥାନ
ବାରିପଦା:ଯଶୋଦାର ମୃତ୍ୟୁ ପରେ କିଏ ନେବା ତାହାର ସ୍ଥାନ। ୫ ଦିନ ତଳେ ଜୀବନ ହରାଇବା ପରେ ତାହା ସ୍ଥାନକୁ କିଏ ନେବ ସେନେଇ ବନ ବିଭାଗର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲାଣି। ତାହା ସ୍ଥାନକୁ ମହେନ୍ଦ୍ର, ଶିବାନି, ଭବାନୀ, ରାଜକୁମାର, ବବୁଲୁ ନେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହି ପୋଷା ଯଶୋଦାର ପ୍ରାଣବାୟୁ ଉଡିଯିବା ଘଟଣାକୁ ଲୁଚାଇବା ବନବିଭାଗର ପାରିବା ପାଣିଆକୁ ପଦାରେ ପକାଇଛି। ପ୍ରାଣ ହରାଇବା ୫ ଦିନ ପରେ ବି ବନ ବିଭାଗ ଓ ଶିମିଳିପାଳ ବାଘ୍ର୍ୟ ସଂରକ୍ଷଣ କତ୍ତୃପକ୍ଷ ତାର ମୃତ୍ୟୁକୁ ଲୁଚେଇବା, ତାର ସ୍ବାଭୀମାନି କାର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ୫ ଦିନ ଧରି ତାର ମୃତ୍ୟୁକୁ ଲୁଚାଇବା ସାରା ଜୀବ ବିଜ୍ଞାନୀ ଓ ପରିବେଶବିତଙ୍କୁ ସ୍ତବ୍ଦ କରି ଦେଇଛି। ମାହୁନ୍ତଙ୍କୁ କଜାଡି ମାରିବା ଯୋଗୁଁ ପନିଶମେଣ୍ଟରେ ଚନ୍ଦକାରୁ ଶିମିଳିପାଳକୁ ଅଣାଯିବା ପରେ ହାତୀ କାମ କଲେ ଅଫିସର ବା ବା ନେଲେ ସିନା ହାଡଭଙ୍ଗା କଷ୍ଟରେ ଜୀବନ ହାରି ଦେଲା ଯଶୋଦା। ଏହି ସ୍ଥାନରେ କାହାକୁ ବନ ବିଭାଗ ଦାୟିତ୍ବ ଦେବେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯଶୋଦା ଯେଉଁ କାର୍ଯ୍ୟ କରୁଥିଲା ତାହାର କାର୍ଯ୍ୟକୁ ହାତୀ ମହେନ୍ଦ୍ର ନା ଶିବାନୀ କରିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯଶୋଦା ପିଲା ଦିନରୁ ବେଶ ଦୂରନ୍ଦର ଥିଲା। ଘନ ଜଙ୍ଗଲରୁ ଯେତେବେଳେ ଧରା ହେଲା ସେହି ସମୟରେ ବିଭାଗର ନାକେ ଦମ କରିଥିଲା। ବୋଲ ମାନିବା ପରେ ବିଭାଗ ତାକୁ ଦୀର୍ଘ ୮ ବର୍ଷ ହେଲା କାମ କରାଉଥିବାବେଳେ ଏକାଧିକ ଥରେ ଗାଡିରେ ପରିବହନ କରି ଯଶୋଦାର ଆୟୁକୁ ହ୍ରାସ କରିଛି। ପ୍ରଥମେ ଚନ୍ଦକାରୁ ଧରା ହେଲା ଯଶୋଦା। ଏହାପରେ ୧୦୦ କିମି ଯାତ୍ରା କରି ସାତକୋଶିଆକୁ ଗଲା ସେଠାରୁ ପୁଣି ଚନ୍ଦକାକୁ ଅଣାଗଲା। ସେଠାରୁ ୨୫୦ କିମି ଯାତ୍ରା କରି ଅଣାଯାଇଥିଲା। ଏହି ସମୟରେ ଜଙ୍ଘ ଭାଙ୍ଗିବା ପରେ ବି ଚନ୍ଦକା ପରିବର୍ତ୍ତେ କାହିଁକି ଶିମିଳିପାଳକୁ ଅଣାଗଲା ତାହାର ଉତ୍ତର ଖୋଜି ପାଉନାହାନ୍ତି ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ।