ଦୁର୍ଘଟଣା ଦୁଇ କାର୍‌ ମୁହାଁମୁହିଁ ଧକ୍କା; ୫ ଆହତ

ଦୁର୍ଘଟଣା ଦୁଇ କାର୍‌ ମୁହାଁମୁହିଁ ଧକ୍କା; ୫ ଆହତ

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗୁଡ଼ିଆ ପୋଖରୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।  ଦୁଇ କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୫ ଜଣ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ଟି ପୁରୀରୁ ଦେବକୁଣ୍ଡ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ।       ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।