ଆଇସିକୁ୍ୟସିସି ୨୦୨୪ ଆୱାର୍ଡ : ଟିପିସିଓଡିଏଲ୍ ଜିତିଲା ୯ ସ୍ୱର୍ଣ୍ଣ ପୁରସ୍କାର
ଭୁବନେଶ୍ୱର: ଟାଟା ପୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ସମ୍ମାନଜନକ ଇଣ୍ଟରନେସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ (ଆଇସିକ୍ୟୁସିସି) ୨୦୨୪ରେ ନଅଟି "ସ୍ୱର୍ଣ୍ଣ' ପୁରସ୍କାର ସହ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଏହି କାର୍ଯ୍ୟକ୍ରମକୁ ୨୦୨୪ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଶ୍ରୀଲଙ୍କା ଆସୋସିଏସନ ଫର ଆଡଭାନ୍ସମେଂଟ ଅଫ କ୍ୱାଲିଟି ଆଣ୍ଡ୍ ପ୍ରଡକ୍ଟିଭିଟି (ଏସ୍ଏଲ୍ଏଏକ୍ୟୁପି) ଦ୍ୱାରା ଆୟୋଜନ କରାଯାଇଥିଲା ଯେଉଁଥିରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା "ବିୟଣ୍ଡ ବାଉଣ୍ଡ୍ରିଜ: ଏ କ୍ୱେଷ୍ଟ ଫର କ୍ୱାଲିଟି, ପ୍ରଡକ୍ଟିଭିଟି ଆଣ୍ଡ ଇନୋଭେସନ', ଯେଉଁଥିରେ ୧୪ଟି ଦେଶରୁ ୧୦୮୩ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଟିପିସିଓଡିଏଲ୍ର କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନରେ ଉନ୍ନତି ଆଣିବା ଲାଗି ଟିମ୍ ପକ୍ଷରୁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, "ଗୁଣାତ୍ମକ ମାନ ଓ ଦଳଗତ କାର୍ଯ୍ୟରେ ଉକôର୍ଷ ପ୍ରଦର୍ଶନ କରି ଆଇସିକ୍ୟୁସିସିରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ସମସ୍ତ ଟିମକୁ ମୁଁ ଅଭିନନ୍ଦନ ଜଣାଉଛି । ଆମେ ବିଶ୍ୱାସ କରୁଛୁ ଯେ କ୍ୱାଲିଟି ସର୍କଲର ସମ୍ପ୍ରସାରଣ କର୍ମଚାରୀଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବ ଏବଂ ଆମର ଗ୍ରାହକ କୈନ୍ଦ୍ରୀକ ଲକ୍ଷ୍ୟକୁ ଆଗକୁ ବଢ଼ାଇବ ।' ଏହି ଉପଲବ୍ଧି ନିରନ୍ତର ଉନ୍ନତି ଓ ନବସୃଜନର ଏକ ସଂସ୍କୃତି ଦ୍ୱାରା ପରିଚାଳିତ ହୋଇ ଗ୍ରାହକମାନଙ୍କୁ ମୂଲ୍ୟଯୁକ୍ତ ସେବା ପ୍ରଦାନ କରିବା ପ୍ରତି ଟିପିସିଓଡିଏଲ୍ର ରହିଥିବା ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ।