ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ନବାଗତ ପ୍ରଥମ ବର୍ଷ +୩ ଛାତ୍ରଛାତ୍ରୀମାନଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ପ୍ରାଣୀବିଜ୍ଞାନ ବିଭାଗ ଏକ ପୁରାତନ ଓ ଐତିହ୍ୟ ପୂର୍ଣ୍ଣ ବିଭାଗ ଭାବେ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଡକ୍ଟର ଶଶିଭୂଷଣ ମହାପାତ୍ର, ଅଧ୍ୟାପକ ଶ୍ୟାମଲାଲ୍ ଭୋଏ ଓ କୁମୁନ୍ଦ ରଞ୍ଜନ ମହାରଣା ପ୍ରମୁଖ ଯେଗାଦାନ କରିଥିଲେ । ପାଠଚକ୍ର ସଂପାଦକ ଇଫ୍ରାନ୍ ଖାନ୍ ବିଭାଗୀୟ ବିବରଣୀ ପାଠ କରିଥିବାବେଳେ ସହକାରୀ ସଂପାଦକ ଅମିତ କ୍ରିଷ୍ଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।