ଜାଗୃତି ସଂଗଠନର ୫ମ ଦିବସୀୟ ବନ ମହୋସôବ ଥାନା ଅଧିକାରୀଙ୍କ ସହ ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ଓରକଳ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଦିବସୀୟ ବନ ମହୋସôବ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁନିତି ଲେଙ୍କା ଙ୍କ ସଭାପତି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ଯୋଗଦେଇ ବୃକ୍ଷର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏଥିସହିତ ପ୍ରତ୍ୟେକ ମଣିଷ ନିଜ ପାଇଁ ସୁରକ୍ଷିତ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କ ପ୍ରେରଣା ଦେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର, ସଂଗଠନ ଉପଦେଷ୍ଟା ଇଂ. ରମେଶ ସତପଥି, ଡଃ ବାମଦେବ ମିଶ୍ର , ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, ଅଭିମନୁ୍ୟ ମହାପାତ୍ର, ଗୈରାଙ୍ଗ ଷଡ଼ଙ୍ଗୀ, ସଭ୍ୟା ସୁଚିତ୍ରା ବିଶ୍ୱାଳଙ୍କ ସହ ବିଦ୍ୟାଳୟ କମିଟି ସଭାପତି କାଳୁ ଚରଣ ଭଟ୍ଟ ପ୍ରମୁଖ ଯୋଗଦେଇ ଅନୁରୂପ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକାଶ ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ଭିତ୍ତିକ ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ଓ ସମସ୍ତ ଅତିଥି ମାନଙ୍କ ସହ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖଣ୍ଡାୟତରାୟ ୩୦ଟି ମୁଲ୍ୟବାନ ବୃକ୍ଷ ରାସ୍ତା ପାର୍ଶ୍ୱ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା ।