ଟିଣ ଘରେ ଚାଲିଥିଲା ଚୋରା ମଦ କାରବାର ; ଧରିଲା ପୁଲିସ

ଭୁବନେଶ୍ୱର, ୧୧ା୬ : ଟିଣ ଘରେ ଚାଲିଥିଲା ଚୋରା ଦେଶୀ ମଦ କାରବାର । ଖବର ପାଇ ଚଢ଼ାଉ କଲା ତମାଣ୍ଡୋ ପୁଲିସ । ଦୁଇ ବେପାରୀ ଗିରଫ । ୧୦୦ ଲିଟର ମଦ ଓ ମଦ ତିଆରି ସାମଗ୍ରୀ ଜବତ । ଗିରଫ ୨ ଅଭିଯୁକ୍ତ ହେଲେ, ଉତ୍ତର ପ୍ରଦେଶର ଅନିଲ ୱାଦବ୍ ଓ ଜୟପ୍ରକାଶ ୱାଦବ୍ । ଏମାନେ ତମାଣ୍ଡୋ ଅଞ୍ଚଳରେ ରହି ଏଭଳି ଚୋରାରେ ମଦ କାରବାର ଚଳାଇଥିଲେ । ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ତମାଣ୍ଡୋ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁତôବା ସମୟରେ ଦୁଇ ଅଭିଯୁକ୍ତ ତମାଣ୍ଡୋ ଅନ୍ତର୍ଗତ ମାଛ ମାର୍କେଟ ପଛ ପାଖରେ ଥିବା ଏକ ଟିଣ ଘରେ ବେଆଇନ୍ ଦେଶୀ ମଦ ପ୍ରସ୍ତୁତ କରିବା ସହିତ ବିକ୍ରି କରୁଥିବା ବେଳେ ଟିମ ମାଡି ବସିଥିଲା । ଚଢ଼ାଉ ବେଳେ ଘରୁ ମଦ ତିଆରି ସାମଗ୍ରୀ ଓ ୧୦୦ ଲିଟର ଦେଶୀ ମଦ ଜବତ କରାଯାଇଛି ।