ପଲିଗ୍ରାଫ୍‌ ଟେଷ୍ଟ ସାରି ଗୁଜରାଟରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍‌



  • ଭୁବନେଶ୍ୱର, ୧୬ ।୧୦ : ଭରତପୁର ଥାନା ମାମଲା  । ଫରେନସିକ ଟେଷ୍ଟ ସାରି କ୍ରାଇମବ୍ରାଞ୍ଚ ଟିମ୍‌ ଗୁଜରାଟରୁ ଫେରିଛି । କ୍ରାଇମବ୍ରାଞ୍ଚ ଟିମ ସହ ଫେରିଲେ ଭରତପୁର ପୂର୍ବତନ ଥାନା ଅଧିକାରୀ ।
     ଖବର ଅନୁଯାୟୀ, ଭାରତପୁର ଥାନା ହାଇଡ୍ରାମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଏହି କ୍ରମରେ ଭରତପୁରର ନିଲମ୍ବିତ ଥାନା ଅଧିକାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା  । ସେ କୋର୍ଟରେ ହାଜର ପରେ ଗୁଜରାଟରେ ପଲିଗ୍ରାଫ୍‌ ଟେଷ୍ଟ କରିବା ଲାଗି ରାଜି ହୋଇଥିଲେ । ଶେଷରେ କ୍ରାଇମବ୍ରାଞ୍ଚ ଟିମ୍‌ ଏବଂ ଭରତପୁର ଥାନାର ପୂର୍ବତନ ଅଧିକାରୀ ଦିନକୃଷ୍ଣ ମିଶ୍ର ଗୁଜରାଟ ଯାଇଥିଲେ  । ସେଠାରେ ଦିନକୃଷ୍ଣ ମିଶ୍ରଙ୍କର ହୋଇଛି ପଲିଗ୍ରାଫ୍‌ ଟେଷ୍ଟ । ଏଥି ସହିତ ବ୍ରେନ ମ୍ୟାପିଙ୍ଗ ଓ ନାର୍କ ଟେଷ୍ଟ ମଧ୍ୟ ହୋଇଛି  । ପୂର୍ବରୁ ଅନ୍ୟ ୪ ଜଣ ଭରତପୁର ଥାନା ଏସଆଇ ଓ ଏଏସଆଇଙ୍କର ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ ସାରି ଫେରିଥିଲା କ୍ରାଇମବ୍ରାଞ୍ଚ୍‌  । ଗୁଜରାଟ ଗାନ୍ଧିନଗର ଫରେନସିକ୍‌ ଲାବରେ ସମସ୍ତ ଟେଷ୍ଟ କରାଯାଇଥିଲା ।