ଅଟୋ ଡ଼ିକି ଭାଙ୍ଗି ପର୍ସ ଚୋରୀ; ଲୁଟେରା ଗିରଫ
ଭୁବନେଶ୍ୱର, ୧୬ା୧୧ : କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରୁ ଏକ ଅଟୋର ଡ଼ିକି ଭାଙ୍ଗି ଚିକିସ୍ଥିତ ହେବାକୁ ଆସିଥିବା ରୋଗୀଙ୍କ ପର୍ସ ଚୋରୀ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ୨ ହଜାର ଟଙ୍କା, ପର୍ସ, ଆଧାରକାର୍ଡ, ଏଟିଏମ କାର୍ଡ, ଏକ ମୋବାଇଲ, ହେଲଥ୍ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ତାରିଣୀ ବସ୍ତିର ସାଗର ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଜଣେ ଅଟୋ ଚାଳକ । ସେ ଗତ ୧୫ ତାରିଖ ଅବା ଶୁକ୍ରବାର ଦିନ ଅପରାହ୍ନରେ ଅସୁସ୍ଥ ଯାତ୍ରୀଙ୍କୁ ଭଡାରେ ନେଇ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ସେତିକି ବେଳେ, ହସ୍ପିଟାଲ ପଛପାଖ ରାସ୍ତାରେ ଅଟୋକୁ ପାର୍କିଂ କରି ରୋଗୀଙ୍କୁ ନେଇ ହସ୍ପିଟାଲ ଭିତରକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ସୁଯୋଗ ଉଣ୍ଡି ଅଟୋର ଡିକି ଭାଙ୍ଗି ଭିତରେ ଥିବା ମନିପର୍ସ ଚୋରୀକରି ନେଇଯାଇଥିଲା । ଉକ୍ତ ମନିପର୍ସରେ ଅଭିଯୋଗକାରୀଙ୍କ ଆଧାର କାର୍ଡ, ଏଟିଏମ କାର୍ଡ, ଆରସି କାର୍ଡ, ହେଲଥ କାର୍ଡ, ଇ-ଶ୍ରମ କାର୍ଡ ଏବଂ ଟଙ୍କା ରହିଥିଲା । ଅଭିଯୋଗକାରୀ ହସ୍ପିଟାଲ ଭିତରୁ କାମ ସାରି ଗାଡି ପାଖକୁ ଫେରିବା ବେଳେ, ଅଭିଯୁକ୍ତ ଜଣକ ତାଙ୍କର ଅଟୋରେ ବସିଥିବା ଦେଖିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀ ଆସିବା ଦେଖି ସେଠାରୁ ଖସି ପଳାଇଥିଲା । ପରେ ଅଭିଯୋଗକାରୀ ଅଟୋକୁ ଆସି ଦେଖିଲା ବେଳକୁ ତାଙ୍କ ଅଟୋ ଡ଼ିକି ଭାଙ୍ଗି ତାଙ୍କ ମନିପର୍ସ ଚୋରୀ ହୋଇଯାଇଛି । ଏନେଇ ସେ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ତାରିଣୀ ବସ୍ତିରୁ ଗିରଫ କରିବା ସହ ତାଠାରୁ ଚୋରି ମନିପର୍ସ ଓ ପର୍ସ ଭିତରେ ଥିବା ସମସ୍ତ ଜିନିଷ ଜବତ କରାଯାଇଛି ।