ପୂର୍ବ ଶତ୍ରୁତାକୁ ନେଇ ସ୍କର୍ପିଓ ଉପରକୁ ବୋମା ମାଡ
ଭୁବନେଶ୍ୱର, ୨୭ା୫ : ସୋମାବାର ସକାଳ ୮ଟାରେ ପୂର୍ବ ଶତ୍ରୁତାକୁ ନେଇ ବରମୁଣ୍ଡା ଇପିକଲ ରୋଡରେ ହୋଇଛି ବୋମା ମାଡ । ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ବ୍ଲାକ୍ କଲର ସ୍କର୍ପିଓ ଗାଡି ଉପରକୁ ବୋମା ମାଡ କରି ଫେରାର ହୋଇଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ ।
ସୂଚନାଯୋଗ୍ୟଯେ, ସୋମବାର ସକାଳ ୮ଟା ସମୟରେ ନୟାପଲ୍ଲୀ ଅଞ୍ଚଳର ରାଜେଶ ସାମନ୍ତସିଂହାର ନାମକ ଅଭିଯୋଗକାରୀ ନିଜ ବ୍ଲାକ୍ ସ୍କର୍ପିଓ ଯୋଗେ ବରମୁଣ୍ଡା ଇପିକଲ ରୋଡରେ ଆସି ରାସ୍ତା କଡରେ ଗାଡିକୁ ପାର୍କିଂ କରି ଏକ ଚାହା ହୋକାନରେ କିଛି ସାଙ୍ଗଙ୍କ ସହ କଥା ହେଉଥିଲେ । ଏହି ସମୟରେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ହଠାତ ଆସି ସ୍କର୍ପିଓ ଉପରକୁ ଏକ ବୋମା ଫୋପାଡ଼ି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଫଳରେ ସ୍କର୍ପିଓର ଆଗ ପଟରେ କିଛି ଅସଂ କ୍ଷତିଗ୍ରସ୍ତ ହୋଇଥିଲା । ହେଲେ କିଏ ଓ କାହିଁକି ଗାଡି ଉପରକୁ ଅଚାନକ ବୋମା ମାଡ କଲା ତାହା ଅଭିଯୋଗକାରୀ ବୁଛି ନପାରି ସେ ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା ସନେ୍ଦହ କରିଥିଲେ । ପରେ ଏନେଇ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।