ପାଚେରି ଭୁଶୁଡିବା ଘଟଣା ପ୍ରଶ୍ନ ପଚାରିବାରୁ ବୁମ୍ ଫିଙ୍ଗି ଦେଲେ ନିଦେ୍ର୍ଦଶକ
ଚାନ୍ଦବାଲି: ସରକାରକା ମାଲ ଦରିଆମେ ଡାଲ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଚାନ୍ଦବାଲି ବ୍ଳକ ପାଇକରାୟ ପୁର ଆନ୍ତଦେ୍ର୍ଦଶୀୟ ଜଳ ପରିବହନ ବିଭାଗରେ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରି ନିମ୍ନମାନର କାର୍ଯ୍ୟ କରି ଲୁଟିନେଲେ କୋଟି କୋଟି ଟଙ୍କା କାର୍ଯ୍ୟ ଆରମ୍ଭରୁ ୧୦୦ଟଙ୍କାର ପାଚରି ମାଟିରେ ଶୋଇଛି । ଚାନ୍ଦବାଲି ଆନ୍ତଦେ୍ର୍ଦଶୀୟ ଜାହାଜ ପ୍ରସିକ୍ଷଣ ପକ୍ଷରୁ ନୂତନ ଭାବେ ନିର୍ମିତ ହୋଇଥିବା ଅଢ଼େଇ କୋଟି ଟଙ୍କା ବ୍ୟୟ ଅଟକଳରେ ଅନିୟମିତତା ଜଳ ଜଳ କରି ଦିଶୁଛି । ୧୦୦କୋଟିର ପ୍ରକଳ୍ପ କାମ ଆରମ୍ବରୁ ଝୁଣ୍ଟି ଥିବା ଦେଖିବାକୁ ମିଳିଥିବା ବେଳେ ବାକି ୬୦୦ଫୁଟର କାର୍ଯ୍ୟ ସ୍ଥାୟିତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବ ସୂଚନା ମୁତାବକ ଗତ୨୮ତାରିଖରେ ଚାନ୍ଦବାଲି ପାଇକ ରାଏ ପୁର ଠାରେ ଅଢେଇ କୋଟି ଟଙ୍କା ବ୍ୟୟ ଅଟକଳରେ ହେଉଥିବା ଜାହାଜ ପ୍ରଶିକ୍ଷଣ କେନ୍ଦ୍ରରେ ୧୦୦ମିଟରରୁ ଅଧିକ ନିର୍ମାଣ ଧିନ ପାଚେରି ଭୁଶୁଡିବା ଘଟଣାରେ ଆନ୍ତଦେ୍ର୍ଦଶୀୟ ଜଳ ଯୋଗାଣ ନିଦେ୍ର୍ଦଶକ ପ୍ରଶାନ୍ତ ରାଉତଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାରୁ ସେମାନଙ୍କ ବୁମ ଠେଲି ଦେବା ସହିତ ଅଶ୍ଳୀଳ ଭାସାରେ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଚାନ୍ଦବାଲିର ଗଣମାଧ୍ୟମ ପ୍ରତିନିଧିମା ଏବଂ ବୁଧିଜୀବି ମାନେ ଘୋର ନିନ୍ଦା କରିଛ