‘ଆପ୍’ର ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, : ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବହୁ ନେତା ବିଭିନ୍ନ ରାଜନୈତିକ ଦଳ ପରିତ୍ୟାଗ କରି ଆମ ଆଦମୀ ପାର୍ଟିରେ ଯୋଗଦେଇଛନ୍ତି । ମାଳଦା ପଞ୍ଚାୟତ ବିଜେପି ସଭାପତି ସତ୍ୟଜିତ ପାଣିଗ୍ରାହୀ, କଂଗ୍ରେସ ଯୁବନେତା ସୁକୁମାର ପଲାଇ, ବାରିକପୁର କଂଗ୍ରେସ ନେତା ଅଭିରାମଙ୍କ ସମେତ ନଗୁଆଁ ପଞ୍ଚାୟତ, ବନ୍ତ ପଞ୍ଚାୟତ ଓ ଓଡଙ୍ଗ ପଞ୍ଚାୟତର ନେତା କର୍ମୀମାନେ ଦଳର ଭଣ୍ଡାରିପୋଖରୀ ‘ଆପ’ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି । ଦଳୀୟ ବିଧାନସଭା ପ୍ରାର୍ଥୀ ଦେବାଶିଷ ପାଣିଗ୍ରାହୀ ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ଅରବିନ୍ଦ କେଜେରିୱାଲଙ୍କ ଆଦର୍ଶ ଓ ‘ଆପ’ର ଭଣ୍ଡାରିପୋଖରୀ ଅଞ୍ଚଳ ପାଇଁ ବିକାଶ ଗ୍ୟାରେଣ୍ଟିରେ ଅନୁପ୍ରାରିତ ହୋଇ ଦଳରେ ଯୋଗଦେଇଛନ୍ତି ବୋଲି ନବାଗତମାନେ ପ୍ରକାଶ କରିଥିଲେ