ନ୍ୟାୟ ଦାବିରେ ଏସପିଙ୍କୁ ଭେଟିଲେ ହରସିଂପୁର ତଳସାହିବାସୀ
ତିହିଡି: ଭଦ୍ରକ ଜିଲ୍ଲା ଏସପିଙ୍କ ନିକଟରେ ପୀରହାଟ ପୁଲିସ ଉପରେ ଭରଷା ତୁଟିଥିବା ଅଭିଯୋଗ କରିଛନ୍ତି ହରସିଂପୁର ଗ୍ରାମବାସୀ । ତିନିଦିନ ତଳେ ଜଗଧାତ୍ରୀ ଭଷାଣୀ ବେଳେ ସ୍ଥାନୀୟ ମହାନ୍ତିସାହିର କେତେକ ଅସାମାଜିକ ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ଗଣ୍ଡଗୋଳରେ ଗ୍ରାମର ୮ ଜଣ ଆହତ ହୋଇଥିଲେ । ଭଷାଣୀରେ ବ୍ୟବହୃତ ହେଉଥିବା ମାଇକକୁ ଭାଙ୍ଗିଥିଲେ । ମାଇକ୍ କର୍ମ·ରୀ ଓ ବାଜାବାଲାଙ୍କୁ ମଧ୍ୟ ମାଡ ମାରିଥିଲେ । ଏତତ୍ ବ୍ୟତିତ ଦେଖଣାହାରୀ ସାଜିଥିବା ମହିଳାଙ୍କୁ ଅଭଦ୍ର ବ୍ୟବହାର କରିବା ସହିତ ବଜାର ଗଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ସହାୟତା କରିବାକୁ ଯାଇଥିବା ୧୧୨ ଗାଡିର କର୍ମ·ରୀମାନଙ୍କୁ ମଧ୍ୟ ଭୟ ଦେଖାଇଥିଲେ । ଯାହାକୁ ନେଇ ସଂଧ୍ୟାରେ ଗ୍ରାମର ୭୦ରୁ ଉର୍ଦ୍ଧ ମହିଳା ଥାନା ଘେରିଥିଲେ । ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୁବ୍ ଶିଘ୍ର ଗିରଫ୍ କରାଯିବା ବୋଲି ପୁଲିସ ପ୍ରତିଶୃତି ଦେଇଥିଲା । ପରେ ନାମକୁ ମାତ୍ର କ୍ଷେତ୍ରୀୟ ତଦନ୍ତ ଆଳରେ ଟାଳି ·ଲୁଛନ୍ତି । ଅଭିଯୁକ୍ତମାନେ ଦିନ୍ ଦହାଡେ ଖୁଲମଖୁଲା ବୁଲୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଏସପି ଅନୁପସ୍ଥିତି ଥିବାନେଇ ଚିନ୍ତାରେ ପଡି ଯାଇଥିଲେ ଅନ୍ୟ ପଦାଧିକାରୀ । ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଫୋନ୍ ଯୋଗେ ପୀରହାଟ ପୁଲିସ ସହିତ ଆଲୋଚନା କରାଯାଇଥିଲା ଏବଂ ଦୁଇଦିନ ମଧ୍ୟରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏହାରି ମଧ୍ୟରେ ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଠାରେ ସୂଚନା ଥାଉକି, ବୁଧବାର ଅପରାହ୍ନରେ ଗ୍ରାମର ଜଗଧାତ୍ରୀ ମେଢ ଭଷାଣୀ ବେଳେ ସ୍ଥାନୀୟ ମହାନ୍ତିସାହି ଗାଁର ବାପୁନା ସେନାପତି, ବଳ ସେନାପତି, ଶିବୁ ସେଠୀ, ପେଜୁ ଓ ପ୍ରଶାନ୍ତ ପ୍ରମୁଖ ଆକ୍ରମଣ କରିଥିଲେ । ସେମାନଙ୍କ ବିରୋଧରେ ପୁଲିସ ଏକ ମାମଲା ୨୪୬/୨୪, ଦଫା ୧୨୬(୨), ୧୧୫(୨), ୨୯୬ ଏବଂ ୩୫୧(୩)(୫) ବିଏନଏସ ରୁଜୁ କରିଛି ।