ସୋରରେ ରାମନବମୀ ପାଇଁ ମହିଳା ବାଇକ ଶୋଭାଯାତ୍ରା
ସୋର: ସୋରରେ ରାମନବମୀ ପାଳନ ଅବସରରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବାଇକ ଶୋଭାଯାତ୍ରା ପୌରପାଳିକା ଅନ୍ତର୍ଗତ ରାଧାନାଥ ପଡିଆରୁ ବାହାରି ଉତ୍ତରେଶ୍ୱର, ଷ୍ଟେସନଛକ, ରାଇପୁର, ବାମ୍ଫିଛକ, ଷ୍ଟ୍ରକ୍ଚର ପଡିଆ, ଗୁହାରିଆସାହି, ପୃଷ୍ଟିଛକ, ମୋହନପୁର, ଛତ୍ରପୁର, ଅଡ଼ଙ୍ଗବଜାର ମଧ୍ୟ ଦେଇ ରାଧାନାଥ ପଡିଆରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଏହି ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେଉରା ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର, ଔପଦା ଆଇଆଇସି ଶ୍ରବଣ କୁମାର ମହାରଣା, ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ, ଖଇରା ଥାନା ଆଇଆଇସି ଗୟାଧର ବେହେରା, ସୋର ଥାନାର ସମସ୍ତ ଅଧିକାରୀଙ୍କ ସମେତ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।