ଆଦିବାସୀ ସମାଜର ସଚେତନତା ସଭା

ଚମ୍ପୁଆ: ଚମ୍ପୁଆ ଏନ୍ଏସିର ନେହେରୁ ଷ୍ଟାଡିୟମ ଠାରେ ରବିବାର ଅଲ୍ ଇଣ୍ଡିଆ ହୋ-ଭାଷା  ଆକ୍ସନ କମିଟି ତରଫରୁ ଏକ ବିଶାଳ ଦଳିତ ଆଦିବାସୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ପୂର୍ବତନ ଏମ.ପି ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ଶକୁନ୍ତଳା ଲାଗୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଦଳିତ ଆଦିବାସୀଙ୍କର ସ୍ୱାର୍ଥ ରକ୍ଷା ସହ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ବି·ର ଆଲୋଚନା କରାଯାଇଥିଲା । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଦଳିତ ଆଦିବାସୀ ମାନଙ୍କର ଗତି ଓ ସ୍ଥିତିକୁ ଅଧିକ ଗତିଶୀଳ କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରୁ ପ୍ରଥମେ ଭଗବାନ ବିର୍ସା ମୁଣ୍ଡାଙ୍କର ଭବ୍ୟ ପ୍ରତିମୂର୍ତ୍ତୀରେ ଗ୍ରାମ୍ୟ ଦେହୁରୀ ମୋତିଲାଲ ସିଂ ଲାଗୁରୀ ଓ ଅନ୍ୟମାନଙ୍କ ଦ୍ାରା ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଉପଖଣ୍ଡର ତିନୋଟି ବ୍ଲକ ଯଥା ଚମ୍ପୁଆ, ଯୋଡା ଓ ଝୁମ୍ପୁରା ଅଞ୍ଚଳର ହୋ,ଗଣ୍ଡ, ଭୂୟାଁ, ସାଉଁତି, ବାଥୁଡି, ଓରାମ ଓ ସାନ୍ତାଳୀ ଆଦି ସମ୍ପ୍ରଦାୟରୁ ପାଞ୍ଚ ହଜାରରୁ ଉଦ୍ଧ୍ୱର୍ ଦଳିତ ଆଦିବାସୀ ଏହି ସମାବେଶରେ ଯୋଗ ଦେଇଥିଲେ ।