ବ୍ରହ୍ମକୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସଦ 

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ବମ୍ବେଛକ ବଜାର ସ୍ଥିତ ପ୍ରାଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମ ପରିସରରେ ରବିବାର ଆନୁଷ୍ଠାନିକ ଭାବେ ପରମ୍ପରା ଅନୁଯାୟୀ ରକ୍ଷାବନ୍ଧନ କାର୍ଯକ୍ରମ ଆୟୋଜିତ ହୋଇଥିଲା । ଆଶ୍ରମର ପରିଚାଳନା ଦାୟିତ୍ୱରେ ରହିଥିବା ବ୍ରହ୍ମ କୁମାରୀ ଜୟନ୍ତୀ ପରମାଣିକ ଭଉଣୀଙ୍କ ପୌରହିତ୍ୟରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ନେତା ଆଇନଜୀବୀ ସଞ୍ଜୀବ ମାହାନ୍ତି, ଆଇନଜୀବୀ ତାପସ କୁମାର ଦତ୍ତ, ମଳୟ କୁମାର ନାୟକ, ପତଞ୍ଜଳି ନନ୍ଦ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନୀତି ମୁତାବକ ପ୍ରଥମେ ସାଂସଦ ନବ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧି ସିନ୍ଦୂର, ଚନ୍ଦନ, ଅରୁଆ ଚାଉଳ ତିଳକ କରି ହାତରେ ପ୍ରଭୂ କୃପାଜଳ ସହିତ ମିଠା ସେବନ କରିଥିଲେ । ପରେ ସଭାରେ ଉପସ୍ଥିତ ଏକାଧିକ ମହିଳା ପୁରୁଷ ରାକ୍ଷୀ ବାନ୍ଧି ଏହି ଉସôବ ପାଳନ କରିଥଲେ । ସାଂସଦ ନିଜେ ପ୍ରଜାପିତା ବ୍ରହ୍ମ କୁମାରୀ ସହିତ ଅତପ୍ରତ ଭାବେ ବହୁ ବର୍ଷ ପୁର୍ବରୁ ଯୋଡ଼ିତ ରହିଛନ୍ତି । ଏପରିକି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ସହ ମିଶି ଦୀର୍ଘ ବର୍ଷ ଧରି ପ୍ରଭୁଙ୍କ କାର୍ଯ୍ୟ ପାଇଁ ସମର୍ପିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁଙ୍କ ବାଣୀ ଉପରେ ଆଲୋଚନା କରିଥିଲେ । ପରମେଶ୍ୱରଙ୍କ ଉପରେ ଅତୁଟ ଭରଷା ବିଶ୍ୱାସ ରଖି ସମାଜ ପାଇଁ ରାଷ୍ଟ୍ର ପାଇଁ ହୀତ କାର୍ଯ୍ୟ କରିବାକୁ କହିଥିଲେ । ପ୍ରଭୁ ଆଶୀର୍ବାଦ ବିନା ସଫଳତା ମିଳିବନାହିଁ ବୋଲି ସେ କହିଥିଲେ । ଜଣେ ସାଂସଦଙ୍କ ମୁହଁରୁ ଆଧ୍ୟାତ୍ମିକ ବାର୍ତ୍ତା ଶୁଣି ଉପସ୍ଥିତ ଭକ୍ତ ଗଣ ଓ କର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମକୁ ଆଶ୍ରମର ବି କେ ମନୋରଞ୍ଜନ, ବିକେ ପପୁ , ବି କେ ଜୟନ୍ତୀ, ବି କେ ଅଶୋକ, ବି କେ ସୁସ୍ମିତା, ବି କେ ସୁବ୍ରତ, ବି କେ ହୃଷୀକେଶ, ବି କେ ରଘୁନାଥ ପ୍ରମୁଖ ସାହଯୋଗ କରିଥଲେ । ଉକ୍ତ କାର୍ଯ୍ୟକ୍ରମ ସହିତ ସାଂସଦଙ୍କ ସହ ବିଜେପି କର୍ମୀଙ୍କ ସହ ଗୁରୁତ୍ୱପୁର୍ଣ ବୈଠକରେ ବସିଥିଲେ । ସାରସକଣା ଅଞ୍ଚଳର ବିକାଶ ସହିତ ମିଳିତ ଭାବେ ଜିଲ୍ଲାର ଉନ୍ନତିପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଠିକାଦାରୀକୁ ପ୍ରାଥମିକତା ନଦେଇ ଲୋକଙ୍କ ସେବା କରିବାକୁ ସାଂସଦ ଓ ସଞ୍ଜୀବ ମାହାନ୍ତି ପ୍ରକାଶ କରିଥଲେ ।