ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟିତ

ାା ପ୍ରଭାନୁ୍ୟଜ ।ା କପ୍ତିପଦା: କପ୍ତିପଦା ବ୍ଲକ୍ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବିଧାୟକ ଭାସ୍କର ମଢ଼େଇଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସେ ତାଙ୍କ ବକ୍ତବ୍ୟରେ ପୂର୍ବରୁ ଏ ଅଞ୍ଚଳର ପିଲାମାନେ ଦୂରଦୂରାନ୍ତକୁ ଇଂରାଜୀ ମାଧ୍ୟମରେ ପଢ଼ିବା ପାଇଁ ଯିବାକୁ ପଡୁଥିଲା । କିନ୍ତୁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟକ ବ୍ଲକ୍ରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ପରେ ଏ ଅଞ୍ଚଳର ଛାତ୍ରଛାତ୍ରୀ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରାବାସରେ ରହି ପାଠ ପଢ଼ିବାର ସୁଯୋଗ ଲାଭ କରିପାରିବେ । ଏହି ବିଦ୍ୟାଳୟ ଆଦିବାସୀ ବର୍ଗର ପିଲାଙ୍କ ପାଇଁ ଏକ ନୂତନ ମାର୍ଗ ଦେଖାଇବ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, ତହସିଲଦାର ନନ୍ଦିତା କୁଜ୍ଜୁର, ଏଡିଡବ୍ଲୁ୍ୟଓ ଲିପିପୁଷ୍ପା ଦାସ, କପ୍ତିପଦା ବ୍ଲକ୍ ଅଧ୍ୟକ୍ଷ କାହ୍ନୁଚରଣ ସୋରେନ୍, ଜିଲ୍ଲା ପରିଷଦ ସଭ୍ୟ ସିରୁ ସୋରେନ୍, ଏବିଡ଼ିଓ ବିଦ୍ୟାଭାରତୀ ନାଏକ, ବନାଞ୍ଚଳ ଅଧିକାରୀ ଅଚୁ୍ୟତାନନ୍ଦ ଦାସ, ଥାନାଧିକାରୀ ପ୍ରଭଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଜନଜାତି ଯୋଜନାରେ ୪୮ଜଣ ହିତାଧିକାରୀଙ୍କ ମଧ୍ୟରୁ କପ୍ତିପଦା ବ୍ଲକ୍ର ଦୁଷ୍ମନ୍ତ ଦେହୁରୀ, ଉଦଳା ବ୍ଲକ୍ର ଦୁଲାରୀ ହେମ୍ବ୍ରମ୍, ଖୁଣ୍ଟା ବ୍ଲକର ଛିତା ମୁର୍ମୁ, ଗୋପବନ୍ଧୁନଗର ବ୍ଲକ୍ ପରମାନନ୍ଦ ସିଂଙ୍କୁ ଏକଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା । ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଆଲେକ୍ଜାଣ୍ଡାର ଖାନ୍ଖନ୍ନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପି୍ରୟା ଶତପଥୀ । ଶେଷରେ ଶିକ୍ଷକ ରାଜକିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।