ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ


 ବୈଶିଙ୍ଗା: ଗମନାଗମନ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବଜେଟରେ  ବ୍ୟୟ ବରାଦ କରାଯାଉଛି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଅଯଥାରେ ଅର୍ଥ ଶ୍ରାଦ୍ଧ ହେଉଛି  । କାର୍ଯ୍ୟରେ ଜନସାଧାରଣରଙ୍କୁ ସୁଫଳ ମିଳିପାରୁ ନଥିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରୁଛି । କଲିକତାରୁ କେନ୍ଦୁଝରକୁ ଯୋଗାଯୋଗର ଦୂରତା କମ୍ ପାଇଁ ଏହି ରାସ୍ତା ରୁପସା ନିକଟସ୍ଥ ୬୦ ନଂ ଜାତୀୟ ରାଜପଥର ବରହମପୁର ଠାରେ ସଂଯୋଗ କରାଯିବାର ପରିକଳ୍ପନା କରାଯାଇ ·ରିବର୍ଷ ତଳେ କାର୍ଯ୍ୟାରମ୍ଭ କରାଯାଇଥିଲା । ତେବେ କାର୍ଯ୍ୟର ଗତିଶୀଳତାରୁ ଯାହା ଅନୁମାନ କରାଯାଏ ତାହା ଆଉ ·ରି ବର୍ଷ ପରେ ମଧ୍ୟ କାର୍ଯ୍ୟ ସମାପ୍ତ ହୋଇ ନ ପାରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ରାସ୍ତା କାମର ଟେଣ୍ଡର ନେଇଥିବା ଠିକାଦାର କାର୍ଯ୍ୟ ସାଇଟ୍କୁ କେବେ ଆସୁ ନ ଥିବାରୁ ପେଟି ଠିକାଦାର ନିଜ ମନ ଇଚ୍ଛା କାର୍ଯ୍ୟ କରୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ରାସ୍ତାର ବଡ କ୍ଷୀରପାଦା ଠାରୁ ପଦ୍ମପୁର ପର୍ଯ୍ୟନ୍ତ ଦୁଇ କିମି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ ଗୁଡିକୁ ନ କାଟି ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବାରୁ ପରବର୍ତ୍ତୀ ସମୟରେ ରାସ୍ତାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଚୋରା କାଠ ମାଫିଆ ଏଠାରେ ଥିବା ମୂଲ୍ୟବାନ ଶାଳ ଓ ଆକାଶିଆ ଗଛ କାଟି ନେବା ପାଇଁ ମସୁଧା କରୁଥିବାବେଳେ ଗ୍ରାମବାସୀମାନେ ବିରୋଧ କରି ଜଙ୍ଗଲ ବିଭାଗକୁ ଜଣାଇଥିଲେ । ତା ସହିତ ମିଡିଆ ତରଫରୁ ମଧ୍ୟ ବେତନଟୀ ରେ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।  ଗଛଗୁଡିକୁ ନ କାଟି ନୂଆ ପିଚୁ କରାଯାଉଥିବା ରାସ୍ତା ମଝିରେ ଗଛକୁ ରଖି ରାସ୍ତା କାର୍ଯ୍ୟ କରାଯାଇଛି । ଏହାକୁ ନେଇ ବେତନଟୀ ରେଞ୍ଜର ମନୱର ଖାଁଙ୍କୁ ଯୋଗାଯୋଗ କରିବାପରେ ସେ କହିଲେ ଗଛ କାଟିବା ପାଇଁ ଡ଼ିଏଫ୍ଓଙ୍କ ନିକଟରୁ ସଂପୃକ୍ତ ଠିକାଦାର ଅନୁମତି ନେଇନାହାନ୍ତି । ଫଳରେ ଗଛ କଟା ଯାଇ ପାରୁ ନାହିଁ  । ଏ ବାବଦରେ ଜେଇ ରବୀନ୍ଦ୍ର ମିଶ୍ରଙ୍କୁ ଫୋନରେ ଯୋଗାଯୋଗ କରିବା ପରେ ସେ ଫୋନ ଉଠାଇ ନ ଥିଲେ  । ଏହି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।