ଭୟାବହ ଅଗ୍ନିକାଣ୍ଡ, ୬୦ ବଖରା ଭସ୍ମ

ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବିନ୍ଧାଣୀ ସାହିର ପ୍ରାୟ ୨୦ ପରିବାରର ୬୦ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ  ସମସ୍ତ ପରିବାରର ଆସବାବ ପତ୍ର, ଧାନ·ଉଳ, ଟଙ୍କା ପଇସା, ଆବଶ୍ୟକୀୟ କାଗଜପତ୍ର ଜଳି ଛାରଖାର ହୋଇଯାଇଛି । ଉଭୟ ବଡ଼ସାହି ଓ  ବେତନଟୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ । ମାତ୍ର ଗାଡ଼ି ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଗାଁରେ ·ପା ଉତ୍ତେଜନା ପ୍ରକାଶ ପାଇଥିଲା । ବିନ୍ଧାଣୀ ସାହିର ହରିଆ ବିନ୍ଧାଣୀ, ସୁରିଆ, ରବି, ପ·, ମାଚ, ଟୁନା, ସାବିତ୍ରୀ, ଜଟ, ଶଙ୍କର, ଭତଡ, ଜିରା, ଶୁକୁରା, ପଦନା,ସଂଶା, ସିଂରାୟ, ରାଧୁଆ, ଶମ୍ଭୁ ପ୍ରମୁଖ ଗୃହଶୂନ୍ୟ ହୋଇପଡିଛନ୍ତି । ଖବର ପାଇ ବଡ଼ସାହି ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କ ସମେତ ବରିଷ୍ଠ ନେତାମାନେ ଅଗ୍ନି ବିପନ୍ନ ପରିବାର ପାଖରେ ପହଞ୍ଚି ସମବେଦନା ଦେବା ସହ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି । ସମସ୍ତ ପରିବାର କିପରି ସରକାରୀ ସହାୟତା ପାଇବା ସହିତ ପକ୍କା ଘର ପାଇ ପାରିବେ ସେଥିପାଇଁ ପ୍ରଶାସନ ନିକଟରେ ଫେରାଦ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବଡ଼ସାହି ବ୍ଲକ ଅଧ୍ୟକ୍ଷା ମୀନତି ସିଂ, ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ବିଜେଡିର ବିଧାୟିକା ପ୍ରାର୍ଥୀ ଅନୁସୁୟା ପାତ୍ର, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ପ୍ରମୁଖ ପହଞ୍ଚି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସମାଜସେବୀ ତଥା ଯୁବନେତା ଲଲାଟେନ୍ଦୁ ବେହେରା ସେଠାରେ ପହଞ୍ଚô ସମବେଦନା ଜଣାଇବା ସହ ୨ ଦିନ ଧରି ସମସ୍ତ ବିପନ୍ନ ପରିବାରକୁ ଖାଇବା ଯୋଗାଇ ଦେବାର ଘୋଷଣା କରିଛନ୍ତି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ବଡ଼ସାହି ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ପ୍ରାଥମିକ ପର୍ଯ୍ୟାୟରେ ରହିବା ପାଇଁ ପଲିଥିନ ଯୋଗାଇ ଦେଇଛନ୍ତି ।