ଶ୍ରୀଗୁଣ୍ଡିଚା ଯାତ୍ରାର ପୃଷ୍ଠଭୂମି
ରଥ ହିଁ ବେଦର ପ୍ରାଚୀନତମ ଯାନ ଅଟେ ଓ ରଥଯାତ୍ରା ହିନ୍ଦୁ ବୈଦିକ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ । ଅତଏବ ବେଦବିଗ୍ରହ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହିଁ ସ୍ୱୟଂ ଏହି ପ୍ରାଚୀନତାର ପ୍ରମାଣ ଫଳକ । ବାସ୍ତବରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଲିଖିତ ଫାହିୟାନଙ୍କ ‘ଭାରତ ଭ୍ରମଣ ବିବରଣୀ’ ଉପରେ ଆସ୍ଥା ସ୍ଥାପନ କରି ଡଃ ରାଜେନ୍ଦ୍ର ଲାଲ ମିତ୍ର “ଇଦ୍ଭଗ୍ଧସକ୍ତଙ୍କସଗ୍ଧସରଗ୍ଦ କ୍ଟଲ ଙକ୍ସସଗ୍ଦଗ୍ଦବ ଠକ୍ଟକ୍ଷ-ଓଓ” ରେ ବର୍ଣ୍ଣନା କରିଛନ୍ତି ଯେ ଗୈାତମ ବୁଦ୍ଧଙ୍କ ଜନ୍ମୋତ୍ସବ ଉପଲକ୍ଷେ ଅନୁଷ୍ଠିତ ପ୍ରଥମ ରଥଯାତ୍ରାର ସ୍ମୃତିରେ ବୁଦ୍ଧଦନ୍ତ ଗର୍ଭିତ ବୈାଦ୍ଧବତାର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେଉଅଛି । ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବୁଦ୍ଧ ଜନ୍ମୋତ୍ସବର ଏକ ସଚେତନ ଅନୁକୃତି ବୋଲି ୱିଲିୟମ ହଣ୍ଟର ଓ ଫର୍ଗୁସନ ପ୍ରଭୃତି ପାଶ୍ଚାତ୍ୟ ବିଶେଷଜ୍ଞ ମାନେ ମଧ୍ୟ ମତ ପ୍ରଦାନ କରିଛନ୍ତି । ‘ବୈାଦ୍ଧଜାତକ’ ଅନୁସାରେ ପ୍ରବ୍ରର୍ଜା ଗ୍ରହଣ ପୂର୍ବରୁ ଗୈାତମ ରଥାରୋହଣ ପୂର୍ବକ ପ୍ରମୋଦ ଯାତ୍ରା (ଉଦ୍ୟାନ ଭ୍ରମଣ) କରିଥିଲେ । ବୁଦ୍ଧଜୀବର ଏହି ପବିତ୍ର ସ୍ମୃତିରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେଉଅଛି ବୋଲି ଇଞ୍ଜିନିୟର ବିଷନ ସ୍ୱରୂପଙ୍କ ମତ । ମାତ୍ର ତାଙ୍କ ରଚିତ ଇଂରାଜୀ ଗ୍ରନ୍ଥ ‘କୋଣାର୍କ’ ଗୈାତମଙ୍କ ପ୍ରବ୍ରର୍ଜ୍ୟା ସମୟ ଆସାଲ୍ହି (ଇଗ୍ଦଷବକ୍ଷଷସ) ପୂର୍ଣ୍ଣିମାକୁ ଫାଲଗୁନ ବା ଚୈତ୍ର ପୂର୍ଣ୍ଣିମା ବୋଲି ନିର୍ଦ୍ଧାରଣ କରି ଆଷାଢ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ପୂର୍ଣ୍ଣିମା ଠାରୁ ଗିରିଗୁହା ଅଭିମୁଖେ ଗମନ କରି ସେଠାରେ ଚାରିମାସ ଅବସ୍ଥାନ କରିବା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ବିହାର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପ୍ରୋକ୍ତ ଚାତୁର୍ମାସ୍ୟା ବ୍ରତ ପାଳନ ନିମିତ୍ତଆଚରିତ ପ୍ରଥାକୁ ‘ଯାତ୍ରା’ କୁହାଯାଏ । ତାହାର ସ୍ମୃତ୍ୟାର୍ଥେ ପା୍ରକ୍ ବର୍ଷାକାଳୀନ ଆଷାଢରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଯୁକ୍ତ ବୈାଦ୍ଧଯାତ୍ରା ଉପରେ ଆଧାରିତ ବୋଲି ଅନେକଙ୍କର ମତ ।
ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ଖୋଦିତ କେତେକ ଭାସ୍କର୍ଯ୍ୟରେ ସୂର୍ଯ୍ୟରଥ ଯାତ୍ରାର ପ୍ରମାଣ ମିଳିଥାଏ । ଡଃ ରାଜବଲ୍ଲି ପାଣ୍ଡେଙ୍କ ମତରେ ଉକ୍ତ ସୈାର ରଥଯାତ୍ରାର ପ୍ରଭାବରେ ସୂର୍ଯ୍ୟରୂପୀ ବାମନ (ଶ୍ରୀଜଗନ୍ନାଥ)ଙ୍କର ରଥଯାତ୍ରା ହୋଇଥିବା ସମ୍ଭବ । ପୁନଶ୍ଚ ‘ଧର୍ମସିନ୍ଧୁ’ ରଚୟିତା କାଶିନାଥ ଉପାଧ୍ୟାୟ ଶ୍ରୀଗୁଣ୍ଡିଚା ରଥଯାତ୍ରାକୁ ‘ରାମରଥଯାତ୍ରା’ ବୋଲି ଅଭିହିତ କରି କହିଛନ୍ତି:- “ ଆଷାଢ ଶୁକ୍ଳ ଦ୍ୱିତୀୟାଂ ପୁଷ୍ୟାନକ୍ଷତ୍ର ଯୁଡାୟାଂ / କେବଳାୟାଂ ବା ଶ୍ରୀ ରାମସ୍ୟ ରଥୋତ୍ସବଂ ସମାଚରେତ୍” । ସର୍ବୋପରି ବ୍ରହ୍ମବାଦୀମାନଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ବ୍ରହ୍ମାଣ୍ଡ ମଧ୍ୟରେ ବ୍ରହ୍ମର ଏକ ବାହି୍ୟକ ଲୀଳାମାତ୍ର । ବର୍ଷାର ପ୍ରଥମ ଆଗମନ କାଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ୠରକ୍ସଗ୍ଧସକ୍ଷସଗ୍ଧଚ୍ଚ କ୍ସସଗ୍ଧର ରୂପେ ପାଳିତ ହୋଇଥାଏ ବୋଲି ସଚ୍ଚିଦାନନ୍ଦ ମିଶ୍ର ‘ଝଙ୍କାର’ ପୃଷ୍ଠାରେ ମତ ପ୍ରଦାନ କରିଛନ୍ତି । ବୈଷ୍ଣବୀୟ ଚିନ୍ତନରେ ବ୍ରଜବାସୀ ଭକ୍ତଗଣ ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରାର ପ୍ରତୀକ ଭାବରେ ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରବର୍ତ୍ତିତ ହୋଇଅଛି । ଏକ ପୈାରାଣିକ ଆଖ୍ୟାୟିକା ଅନୁଯାୟୀ ଏକଦା ସୂର୍ଯ୍ୟପରାଗ ଅବସରରେ ଗୋପୀମାନେ କୁରୁକ୍ଷେତ୍ରରେ ସ୍ୱଳ୍ପ ସମୟ ପାଇଁ ଶ୍ରୀକୃଷ୍ଣ ଦର୍ଶନ ସୁଯୋଗ ଲାଭ କରିଥିଲେ । କିନ୍ତୁ ଏତାଦୃଶ କ୍ଷଣିକ ଦର୍ଶନରେ କୃଷ୍ଣଗତପ୍ରାଣା ଗୋପାଙ୍ଗନାମାନେ ପରିତୃପ୍ତ ହୁଅନ୍ତେ ବା କିପରି? ସେମାନଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ରଥାରୋହଣ ପୂର୍ବକ ବୃନ୍ଦାବନ ଯାତ୍ରା କରିଥିଲେ ।
ଏହି ପବିତ୍ର ଯାତ୍ରାର ସ୍ମୃତିଚାରଣ ନିମିତ୍ତ ଶ୍ରୀଜଗନ୍ନାଥଙ୍କ ରାଜସମାରୋହର ଉତ୍ସବ “ଶ୍ରୀଗୁଣ୍ଡିଚା” ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଏକଦା ଦ୍ୱାରକାରେ ଦେବୀ ସୁଭଦ୍ରା ନଗର ଭ୍ରମଣ ନିମିତ୍ତ ଅଭିଳାଷ ପୋଷଣ କରିବାରୁ କୃଷ୍ଣ ବଳରାମ ତାଙ୍କୁ ମଝିରେ ବସାଇ ଏକ ସ୍ୱତନ୍ତ୍ର ରଥରେ ନଗର ପରିକ୍ରମା କରିଥିଲେ । ପ୍ରୋକ୍ତ ଉତ୍ସବକୁ ସ୍ମରଣୀୟ କରିବା ନିମିତ୍ତ ସଂପ୍ରତି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାନୁଷ୍ଠାନ ହୋଇଥାଏ । ବଡ ସୈାଭାଗ୍ୟର କଥା ଯେ ଶ୍ରୀଜଗନ୍ନାଥ ବିଶ୍ୱର ଏକମାତ୍ର ଦେବତା ଯାହାଙ୍କୁ ସମସ୍ତେ ବିନା ଦ୍ୱିଧାରେ ନିଜର ଉପାସ୍ୟ ଭାବେ ଗ୍ରହଣ କରିନେଇଛନ୍ତି । କେବଳ ସେତିକି ନୁହେଁ ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି ଯେ ପ୍ରତ୍ୟେକ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ମଧ୍ୟ ନିଜର ସାଂସ୍କୃତିକ ମହୋତ୍ସବ ରୂପେ ପ୍ରାଧାନ୍ୟ ଅର୍ପଣ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଧର୍ମମତ ନିର୍ବିଶେଷରେ ଶ୍ରୀ ଜଗନ୍ନାଥ ବିଶ୍ୱର ଏକ ସାର୍ବଜନିକ ଦେବତା ରୂପେ ସ୍ୱୀକୃତି ଲାଭ କରିଛନ୍ତି ।
ମୋ: ୬୩୭୦୬ ୭୫୫୬୨