ଜାତୀୟ ସେବା ଯୋଜନା ଦିବସ

ଆଜି ଜାତୀୟ ସେବା ଯୋଜନା ଦିବସ ବା ନ୍ୟାସନାଲ ସର୍ଭିସ୍ ସ୍କିମ୍ ଡେ  । ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖକୁ ସମଗ୍ର ଭାରତବର୍ଷରେ ଜାତୀୟ ସେବା ଯୋଜନା ଦିବସ ଭାବେ ପାଳନ କରାଯାଉଛି  । ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୁକହାଯାଉଥିବା ଅର୍ଥନୀତିରେ ସେବା ଯୋଜନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି  । ବିଶେଷକରି ଏହି ସେବା ଯୋଜନାର ଯୋଗଦାନର ଗୁରୁ ଦାୟିତ୍ୱ ନ୍ୟସ୍ତ ହୋଇଛି ଯୁବବର୍ଗଙ୍କ ଉପରେ  । ଜାତିର ଜନକ ସମସ୍ତଙ୍କ ନମସ୍ୟ ମହାତ୍ମା ଗାନ୍ଧିଙ୍କ ଏହି ସ୍ୱପ୍ନଟି ଥିଲା ଯେ ଶିକ୍ଷା ସହ ସମାଜ ସେବା ସଂଯୋଗ ହେଉ  । ଯାହାଦ୍ୱାରା ଏହି ଦେଶର ବା ସମାଜର ଅଗଣିତ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ବାସ୍ତବ ସମସ୍ୟାସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ସେମାନଙ୍କ ଭିତରେ ରହିଥିବା ଶିକ୍ଷାଭିମାନ ସ୍ୱତଃ ଦୂରୀଭୂତ ହୋଇ ସେମାନେ ଆମ ଦେଶର ବିଭିନ୍ନ କ୍ରାନ୍ତିକାରୀ ଯୋଜନାରେ ନିଜର ଅବଦାନ ରଖିବାକୁ ସକ୍ଷମ ହେବେ  । ମହାତ୍ମା ଗାନ୍ଧିଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିର ପରିକଳ୍ପନାକୁ ପରବର୍ତ୍ତୀ ସମୟରେ ସରକାର ଗଭୀର ସମ୍ମାନବୋଧତାର ସହିତ ସ୍ୱାଧୀନତା ପରେ ବିଭିନ୍ନ କମିଟି ଓ କମିଶନ ଗଠନ କରି ଏହି ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ସକ୍ଷମ ହୋଇଥିଲେ  । ଏହି କ୍ରମରେ ସବୁଠାରୁ ପରିଚିତ ଓ ଚର୍ଚ୍ଚିତ ଦେଶମୁଖ କମିଟି ଓ କୋଠରୀ କମିଶନ ରିପୋର୍ଟ ଆଧାରରେ ପ୍ରସ୍ତୁତ ଚିଠାକୁ ସର୍ବଭାରତୀୟ କୁଳପତି ସମ୍ମିଳନୀରେ ସ୍ୱାଗତ କରାଗଲା  । ଶେଷରେ ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ଅନୁଦାନ କ୍ରମେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେଲା  ।  ଜାତୀୟ ସେବା ଯୋଜନା ଆଜି ଯୁଗନ୍ତ ବିସ୍ତାରୀ କେବଳ ଭାରତର ବଡ଼ ବଡ଼ ଶିକ୍ଷାୟତନ ବା ଶିକ୍ଷା ପ୍ରତିଷ୍ଠାନ ନୁହେଁ ବରଂ ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରେ ଏହା ସମସ୍ତଙ୍କ ଦ୍ୱାରା ଲୋକାଦୃତ ହେଲାଣି  ।  ମହାତ୍ମା ଗାନ୍ଧିଙ୍କ ପରିକଳ୍ପିତ ଏହି ଜାତୀୟ ସେବା ଯୋଜନାରେ ଆଜି ପୃଥିବୀର ବିଭିନ୍ନ ବଡ଼ ବଡ଼ ଶିକ୍ଷାୟତନ ଓ ସେବା ପ୍ରତିଷ୍ଠାନ ମାନେ ଅନେକ ସହଯୋଗ ପ୍ରଦାନ କରି ଏହାର ଗୁରୁତ୍ୱକୁ ଉପଲବ୍ଧି କରିବା ସହ ଭାରତରୁ ଏହି ବିଶେଷ ଫଳପ୍ରସୁ ଯୋଜନାକୁ ନିଜ ନିଜ ଶିକ୍ଷାୟତନରେ ବିଦ୍ୟାର୍ଥୀମାନଙ୍କ ଭିତରେ ଉପଲବ୍ଧି କରାଇବା ପାଇଁ ସେମାନଙ୍କ ପ୍ରତିନିଧି ମଣ୍ଡଳ ମାନଙ୍କୁ ନିୟମିତ ବ୍ୟବଧାନରେ ଭାରତ ପଠାଉଛନ୍ତି  । ଜାତୀୟ ସେବା ଯୋଜନା ଅନ୍ତର୍ଗତ ଅନେକ ସେବା କାର୍ଯ୍ୟକ୍ରମ ବା ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ପାଖରେ ସହଯୋଗ ଓ ସହାନୁଭୂତିର ହାତ ନେଇ ପହଞ୍ଚôବା ପାଇଁ ଯେଉଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହା ନିଶ୍ଚିତ ଭାବରେ ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ  । ଚଳିତବର୍ଷ ଭାରତରେ ଅନୁ୍ୟନ ୩୩ଲକ୍ଷରୁ ଊଦ୍ଧ୍ୱର୍ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନେ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ବିଶେଷ ଭାବେ ପାଳନ କରିବାକୁ ଯୋଜନା ରଖିଛନ୍ତି  । ସେବାଯୋଜନା ଅନ୍ତର୍ଗତ ଶିକ୍ଷା ସହ ସେବାର ସଂଯୋଗ, ବ୍ୟକ୍ତି ସହ ରାଷ୍ଟ୍ରର, ଜୀବନ ସହ ଜୀବିକାର, ଗ୍ରାମ ସହ ସହରର ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦାୟିତ୍ୱ ସହ ଅଧିକାରର ସଂଯୋଗୀକରଣର ସମ୍ପର୍କକୁ ସମସ୍ତଙ୍କ ପାଇଁ ଆଦର୍ଶଣୀୟ ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା  । ଆଜି ଜାତୀୟ ସେବା ଯୋଜନା ଦିବସ ଅବସରରେ ଏହି ଜାତି ତଥା ନିଜ ମାତୃଭୂମି ସର୍ବୋପରି ସମାଜର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସେବା ଓ ସହଯୋଗର ହାତ ବଢ଼ାଇବାର ସଂକଳ୍ପ ନେଲେ ଏହି ଦିବସଟି ନିଜ ଗୁରୁତ୍ୱ ରଖିବାକୁ ସମର୍ଥ ହେବ  । 


ଅଲେଖ ଚନ୍ଦ୍ର ସାମଲ
ମୋ: ୯୪୩୭୨୫୭୧୨୩