ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ


 କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ରଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ପଞ୍ଚାୟତ ସରପଞ୍ଚ ତିଳୋତ୍ତମା ବରାଳଙ୍କର ପଞ୍ଚାୟତରେ ଅନିୟମିତତା ଓ ଦୁର୍ନିତି ହେଉଥିବା ଅଭିଯୋଗ କରି ପଞ୍ଚାୟତ ର ୮ଜଣ ସଭ୍ୟ/ସଭ୍ୟା ଉପ ଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନଙ୍କୁ ଭେଟି ସରପଞ୍ଚଙ୍କବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଦାବି କରିଛନ୍ତି । ଏ ସଂପର୍କରେ ଗତ ୧୧ ତାରିଖ ନାଏବ ସରପଞ୍ଚ ନଳିନୀ କାନ୍ତ କୁଣ୍ଡୁଙ୍କ ସଭାପତିତ୍ୱରେ ବେଲପାଳ ଗ୍ରାମଦେବୀ ସିଦ୍ଧ ବସୁଳାଇଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଛି । ଏହାର ଏକକିତା ନକଲ ୮ଜଣ ସଭ୍ୟ/ସଭ୍ୟାଙ୍କର ହସ୍ତାକ୍ଷର ସହିତ ଉପ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଛି ।