ଭାରିଗଦାରେ ବିଜେଡିର ମହାମିଶ୍ରଣ ପର୍ବ 

ଭାରିଗଦାରେ ବିଜେଡିର ମହାମିଶ୍ରଣ ପର୍ବ 


 ରାଜକନିକା : ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଅଚ୍ୟୁତପୁର ଅନ୍ଧାରଘରଣୀ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ମହା ମିଶ୍ରଣପର୍ବ ଆୟୋଜିତ ହୋଇଯାଇଛି । ଏହି ମିଶ୍ରଣପର୍ବରେ ମୁଖ୍ୟ ଅତିଥି ଭାବେ ଆଳି ବିଧାୟକ ତଥା ରାଜ୍ୟ ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ବିଭିନ୍ନ ଦଳ ଛାଡି ବିଜେଡିରେ ଯୋଗଦେଇଥିବା ନୂତନ କର୍ମୀ ମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଯୁବ ବିଜେଡି ସଂଗଠକ ପ୍ରଫୁଲ କୁମାର ରାଉତ ଓ ଅରୁଣ କୁମାର ନାୟକ ଓ ବିଦ୍ୟାଧର ମଲ୍ଲିକଙ୍କ ସଂଯୋଜନାରେ ଏହି ମିଶ୍ରଣ ପର୍ବରେ ୨୮ନମ୍ବର ଜୋନର କଂଗ୍ରେସର ଜିଲ୍ଲା ପରିଷଦ ପ୍ରାକ୍ତନ ପାର୍ଥୀ ବରୁଣା ପଞ୍ଚାୟତର ଯୁବ ନେତା କ୍ଷୀରୋଦ ବେହୁରିଆ ଓ ଭାରିଗଦା ପଞ୍ଚାୟତର କଂଗ୍ରେସ ସଂଗଠକ ସୁବାସ ସେନାପତିଙ୍କ ସମେତ ସତାଧିକ ଲୋକ ବିଭିନ୍ନ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଭାରିଗଦା ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଯୋଗଦେଇଥିବା ବେଳେ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ପ୍ରଦୀପ ରାଉତ, ବ୍ଲକ ସଭାପତି ବିଦ୍ୟାଧର ବେହେରା,୨୮ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରତାପ ବେହେରା, ବ୍ଲକ ନାରୀ ସଭାନେତ୍ରୀ ସଂଯୁକ୍ତା ସତପତି,ହରିସ ମହାପାତ୍ର, ଉତ୍ତମ ସେନାପତି, ବିକାଶ ମଲ୍ଲିକ, ନଇମ ଖାନ, ଭାରିଗଦା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ କପିଳେନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିଲେ ।