ଅଷ୍ଟମ ଥର ପାଇଁ ଓକିଲ ସଂଘ ସଭାପତି ହେଲେ ଧ୍ରୁବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓକିଲ ସଂଘର ନିର୍ବାଚନ ଆଜି ତୀବ୍ର ପ୍ରତିଦ୍ୱନ୍ଦିତା ମଧ୍ୟରେ ଶେଷ ହୋଇଛି । ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା ଅଷ୍ଟମ ଥର ପାଇଁ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦୀ ରବି ନାରାୟଣ ମହାନ୍ତିଙ୍କୁ ମାତ୍ର ୨ ଖଣ୍ଡ ଭୋଟରେ ପରାସ୍ତ କରିଥିବା ଜଣାପଡିଛି । ଶ୍ରୀ ଜେନା ୨୩୯ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ମହାନ୍ତି ୨୩୭ ଖଣ୍ଡ ଭୋଟ ପାଇଥିଲେ । ମୋଟ୍ ୪୮୧ ଜଣ ଆଇନଜୀବି ଭୋଟ ଦାନରେ ଅଂଶ ଗ୍ରହଣ କରିଥିଲେ । ସେହିଭଳି ଉପ ସଭାପତି ଭାବେ ସୁଶ୍ରୀ କୁମାରୀ ନାୟକ ୨୩୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଓକିଲ ସଂଘର ସଂପାଦକ ଭାବେ ବ୍ରଜ ସୁନ୍ଦର ରାଉତ ୨୬୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସଂଜୟ କୁମାର ପତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ଭାବେ ଚୈତନ୍ୟ ଚରଣ ମଲିକ ଅତିରିକ୍ତ ଯୁଗ୍ମ ସଂପାଦକ ଭାବେ ସୁବାସ ଚନ୍ଦ୍ର ଭଦ୍ର, କୋଷାଧ୍ୟକ୍ଷ ଭାବେ ନିରାକାର ପ୍ରଧାନ କାର୍ଯ୍ୟକାରୀ ସମିତିର ସଭ୍ୟ ଭାବେ ପ୍ରଭାତ ରଞ୍ଜନ ପାଣ୍ଡେ ଓ ସଭ୍ୟା ଭାବେ ନିହାରିକା ଦାସ ପଟ୍ଟନାୟକ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି