କଂଗ୍ରେସର ମିଶ୍ରଣ ପର୍ବ

ରାଜକନିକା: ରାଜକନିକା ବ୍ଲକ ଅନ୍ତର୍ଗତ ନମତରାରେ ପବିତ୍ର ରାମ ନବମୀ ଅବସରରେ ଭାରତୀୟ ଜାତୀୟ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଅଜୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନମତରା ବିଜୁ ଜନତା ଦଳର ଯୁବନେତା ଅରୁଣ କୁମାର ଦାଶଙ୍କ ସମେତ ବହୁ ପରିବାର ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଦଳୀୟ ଉତ୍ତରୀୟ , ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ଦଳରେ ମିଶାଇ ଥିଲେ । ନମତରା କଂଗ୍ରେସ ଆହୁରି ସୁଦୃଢ ହୋଇ ପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ବାବୁରାମ ଜେନା, ପ୍ରାକ୍ତନ ସରପଞ୍ଚ ଦିବ୍ୟସିଂହ ରାଉତ, ଭାଗିରଥି ବାରିକ୍, ବୀରକିଶୋର ଜେନା, ପ୍ରସନ୍ନ ଜେନା, ରବୀନ୍ଦ୍ର ବେହେରା, ଖାରବେଳ ଦାସ, ବସନ୍ତ କୁମାର ଦାସ, ମାଧବ ଦାସ, କୈଳାସ ମଲିକ, ମାୟାଧର ମଲିକ, ଯୁବନେତା ପ୍ରଶାନ୍ତ ମଲ୍ଲିକ ପ୍ରମୁଖ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।